ତୁମେ ଫେରିଗଲା ପରେ - ସରସ୍ବତୀ ପଣ୍ଡା



ଫେରିଗଲା ମୌସୁମୀ
ଥମିଗଲା ନଈ
ରଂଗହୀନ କାଶତଣ୍ଡି
କାନ୍ଦେ କଇଁ କଇଁ।

ଚହଲା ପାଣିରେ ମୁହଁ
ହେଉଛି ଅସ୍ପଷ୍ଟ
ଅଜଣା ରହିଲା ତୁମ
ମନର କପଟ।

ଗଙ୍ଗଶିଉଳି ଝରେ
ଝରଇ ବଉଳ
ଶୁଭୁନାହିଁ ନୀଡ଼ଫେରା
ପକ୍ଷୀଙ୍କ ଚହଳ।

କ୍ଲାନ୍ତିଭରା ସକାଳକୁ
ବାସ୍ନାହୀନ ସଞ୍ଜ
ସୁନାଗୋରୀ ଜହ୍ନିଫୁଲ
ହେଉନାହିଁ ସଜ।

ଶୂନ୍ୟଲାଗେ ନଈପଠା
ଶୂନ୍ୟ ଝାଉଁବଣ
ଶୂନ୍ୟ ଏଇ ହୃଦୟଟା
ହୋଇଛି ବିପନ୍ନ।।

ଫେରିଗଲା ପରେ ତୁମେ
ଫେରିନି ପୂନେଇ
ମେଘର ଓଢଣୀ ତଳେ
ପଡ଼ିଛି ଘୁମେଇ।।

ଶ୍ରୀରାମପୁର, ମଙ୍ଗଳପୁର, ଯାଜପୁର
ମୋ - 760894083

Post a Comment

0 Comments