ରାକ୍ଷୀ ତୁହି ସାକ୍ଷୀ - ଚିନ୍ମୟୀ ସାହୁ




ରାକ୍ଷୀ ତୁହି ସାକ୍ଷୀ ଭଉଣୀ ସ୍ନେହର
    ଭଉଣୀର ରକ୍ଷା କବଚ୍ଚ ତୁହି
ଭାଇକୁ ତା' ମନ ପକାଇ ଦେବୁରେ
    ଭଉଣୀ ତା' ନିତି ତା'କୁ ଝୁରଇ ।....(୦)
ଭାଇର ଶୁଭ ସେ ମନାସଇ ସଦା
   ଥାଉ ପଛେ ସିଏ ଯେତେ ଦୂରରେ
ସୁଖର ସଂସାର ହସୁଥାଉ ତା'ର
    ଭଉଣୀକୁ ଭୁଲି ନ ଯାଉ ବାରେ।
ଭାଇ ପ୍ରୀତି ସତେ ନିଃସ୍ୱାର୍ଥ ଭାବନା
   ବାଲ୍ୟକାଳ ସ୍ମୃତିର ଗାଥା ଗାଇ....(୧)
ଭାଇର ଉନ୍ନତି ଦେଖି ଫୁଲେ ଛାତି
  ଭାଇର ଦୁ଼ଃଖରେ ଅସରା କୋହ
ଭାଇ ଭଉଣୀର ସ୍ନେହର ବନ୍ଧନ
    ସବୁଠୁ ଅପୂର୍ବ ନିଆରା ମୋହ।
ଭାଇ ଡାକିଦେଲେ ସେନେହ ରେ ଥରେ
    ଭଉଣୀ ସୁଖ ଦ୍ୱିଗୁଣ ହୋଇ....(୨)


                         ମୂଳିସିଂ, ସହର
                           ଜଗତସିଂହପୁର

Post a Comment

0 Comments