ଦୋଷ - ଶାନ୍ତିଲତା ରଣା

 
**
                
     ଶତ ଚେଷ୍ଟା କରି ମଧ୍ୟ ନିଜକୁ ଅଟକାଇ ପାରିଲା ନାହିଁ  ମନିଷା । ନିଜର ଦରକାରୀ ସାମାନ୍ୟ କିଛି ଜିନିଷ ଆଟାଚ୍ ରେ ଭରି ଅଟୋ ରେ ବସି ପହଞ୍ଚିଲା  ବସଷ୍ଟାଣ୍ଡ ରେ ।  ଯାଜପୁର ବସ୍ ରେ ସିଟ୍ ଟିଏ ନେଇ ବସିପଡିଲା ମନିଷା । ଭାରାକ୍ରାନ୍ତ ମନ କୁ ହାଲୁକା କରିବା ପାଇଁ ମୋବାଈଲ ରେ ଗୀତ ଲଗାଇ ଶୁମିବାକୁ ଚେଷ୍ଟା  କଲା , କିନ୍ତୁ ନା କିଛି ଭଲ ଲାଗୁନି ****
ମୋବାଈଲ କୁ ଭ୍ୟାନିଟ୍ ରେ ରଖି ଗାଡି ସିଟ୍ କୁ ଆଉଜି ବସିଲା । ଗାଡି ଚାଲିଲା । ବାହାର ର ଥଣ୍ଡା ପବନ ଆଖି କୁ ଢାଙ୍କି ଦେଉଛି କିନ୍ତୁ ନିଦ ଆସୁନି ମନିଷା କୁ । ବିଗତ କିଛି ଦିନ ହେଲା ତା ସହିତ ଯାହା ଘଟି ଯାଇଛି ସେଇ କଥା ତା ମନକୁ ବାରମ୍ବାର ଆନ୍ଦୋଳିତ କରୁଛି ।
       ମନୋଜ ଆଉ ମନିଷା । ସ୍ବାମୀ ସ୍ତ୍ରୀ । ବାହାଘର ତିନି ବର୍ଷ ହୋଇଗଲାଣି  । ସୁଖ ସ୍ବପ୍ନ ରେ ମସଗୁଲ ଦୁହେଁ ।ରାଗ ରୁଷା ମାନ ଅଭିମାନ ଦେଇ ସଂସାର ରଥ ଗଡି ଚାଲିଥିଲା । ଦୁହେଁ ଦୁହିଁଙ୍କୁ ନିବିଡ ଭାବରେ ଭଲ ପାଉଥିଲେ । ଏତେ ଦିନ ର ବାହାଘର ପରେ ବି କୌଣସି ପିଲା ନ ହେବାରୁ ଚିନ୍ତା ରେ ପଡିଗଲେ ଦୁହେଁ  ।ଦିନେ ମନିଷା ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ କହିଲା । ଗୋଟିଏ ଛୁଟି ଦିନ ଦେଖି ଦୁହେଁ  ଜଣେ ଗାଇନାକୋଲଜିଷ୍ଟ ନିକଟକୁ ଗଲେ । ସମସ୍ତ ପରୀକ୍ଷା ପରେ ଡକ୍ଟର ଜଣାଇ ଦେଲେ ଯେ ମନିଷା ର କିଛି ପ୍ରୋବ୍ଲେମ ନାହିଁ କିନ୍ତୁ ମନୋଜ ର ଅସୁବିଧା ଅଛି ଯାହା ଫଳରେ ମନିଷା ମା ହେବାରୁ ବଞ୍ଚିତ ହୋଇଛି ।ଏସବୁ  ଶୁଣିଲା ପରେ ଯେମିତି ବଦଳି ଗଲେ ମନୋଜ । ସାମାନ୍ୟ ସାମାନ୍ୟ କଥାରେ ମନିଷା ଉପରେ ବିରକ୍ତ ହେବା ସହିତ ହାତ ମଧ୍ୟ ଉଠାଇ ବାକୁ ପଛାଇଲେ ନାହିଁ ମନୋଜ । ସବୁ ସହି ମନିଷା ପଡି ରହିଥାଏ । 
ମନୋଜ ର ବ୍ୟବହାର ଦେଖି ତାକୁ ଲାଗୁଥିଲା ଯେମିତି ସବୁ ଦୋଷ ତାର *****  ସ୍ତ୍ରୀ ହିସାବରେ ତାକୁ ସପୋର୍ କରି ମନିଷା ଅନାଥାଶ୍ରମ ରୁ ଛୁଆ ଟିଏ ପୋଷ୍ୟ କରିବା ପାଇଁ କହିଲା । ଏହା ଶୁଣି ମନୋଜ ରାଗି ନିଆଁ ହୋଇଗଲା ଆଉ ପାଟି କମ୍ପାଇ କହିଲା ତୁମେ ମୋ ପୌରୁଷତ୍ବ କୁ 
 ଆକ୍ଷେପ କରୁଛ ? ଏମିତି ଅନେକ କଥା ଶୁଣାଇଲା ମନିଷା କୁ । ମନିଷା ସେଦିନ ରାତି ସାରା କାନ୍ଦି କାନ୍ଦି ଶୋଇଛି । ତା ପଲ ଠାରୁ ମନୋଜ ଙ୍କ ବ୍ୟବହାର  ଏତେ ଅସହ୍ୟ ହେଲା ଯେ ସେ ଘର ଛାଡିବାକୁ ବାଧ୍ୟ ହେଲା । ଏମିତି ଭାବନା ରେ ଗାଡି ଆସି ଷ୍ଟପେଜ୍ ରେ ପହଞ୍ଚି ସାରିଥିଲା । କଣ୍ଡକ୍‌ଟର ଡାକରେ ପ୍ରକୃତିସ୍ଥ ହେଲା ମନିଷା । ନିଜର ଆଟାଚ୍ ଧରି ବାହାରକୁ ଆସି ଦେଖେ ତ ତାକୁ ନେବା ପାଇଁ ସାନ ଭାଇ ବାଇକ୍ ଧରି ଛିଡା ହୋଇଛି । ସେହି ଭାବନା ଭିତରେ ଯେ କେତେବେଳେ ବାପାଙ୍କୁ ତା ଆସିବା କଥା କହିଛି ସେ କଥା ବି ଭୁଲିଯାଇଛି ମନିଷା  ll

ଶାନ୍ତିଲତା ରଣା 
       ଯାଜପୁର

Post a Comment

0 Comments