ଓଡ଼ିଶାର ବାସି ଆମେ
ଆମ ଗାଁ ବଢିଆ,
ଆମ ମାଟି, ପାଣି ପୁଣି ସବୁ ବଢିଆ |
ମାତୃଭାଷା ଆମ ଦେଶର ଟେକ
କହିଯାଇଛନ୍ତି ଆମ ମହାପୁରୁଷ,
ଟେକରଖି ତାର ସମ୍ମାନେ
ଲଡ଼ିଯାଇଛନ୍ତି କେତେ ବୀର |
ମା ଗର୍ଭ ଭିତରୁ ଆଣିଛି ଭାଷା
ରହିଥିଲା ମନେ କେତେ ପିପାସା,
ଜାଣିଲି ଯେବେଠୁ କହିବାକୁ ମୁଁ ଭାଷା
ସେଦିନୁ ନିଜର ମୋ ମାତୃଭାଷା |
ମାତୃଭାଷା ଆମ ଜୀବନ ଅଙ୍ଗୀ
ସଂସ୍କୃତିକ, ସାମାଜିକ ସହ ପ୍ରତ୍ୟେକ ଜୀବନର ଅଙ୍ଗ
ପୁଣି ଥାଏ ପ୍ରତ୍ୟେକ ଭାବର ଅନ୍ତରଙ୍ଗ |
ସାଗର ଗଭୀରେ ସେ ସମାନ
ଆକାଶ, ବାଲି, ପାଣିରେ ଅଗଣ୍ୟ,
ତାର ସୁରକ୍ଷା ଆମର କର୍ତ୍ତବ୍ୟ |
ପ୍ରତ୍ୟେକ ମଣିଷର ଚିନ୍ତାରେ ଭାଷା
ମୁହଁ ଆଙ୍କିଲେ ଭାଷା,
ପୁଣି ଆମ ଦେଶ ସୃଷ୍ଟିହିଁ ମାତୃଭାଷା |
ମାତୃଭାଷା ପ୍ରତି ମୋ ବହୁ ସମ୍ମାନ
ପୂଜିବି ଲାଘିବି ନୀତି ଦେଇ ମନ ଧ୍ୟାନ,
ଭାଷାର ଉନ୍ନତି କରିବା ଲାଗି
ସବୁବେଳେ ଥିବ ମୋ ମନେ ତା ପ୍ରତି ସର୍ବୋଚ୍ଚ ସ୍ଥାନ |
ମାତୃଭାଷାର ଅବହେଳା ଦେଶର ହାନୀ
ଯିଏ କରେ ନିଜ ଭାଷା କୁ ପର
ସେ ବୁଝେନି କେବେ ଆମ ମାତୃଭାଷାର ମୂଲ୍ୟ |
ଅଜ୍ଞାନେ ପୂଜିଲେ ମିଳିବ ଜ୍ଞାନ
ଧୀରେ ଧୀରେ ହେବେ ସବେ ସମାନ,
ମାତୃଭାଷା ଆମ ରଖେ ମହତ
ସୃଷ୍ଟିଠୁ ବଡ ଆମ ମାତୃଭାଷାର ଚରିତ |
ପୂଜା ବାଦୀ
ସୁନ୍ଦରଗଡ଼
ହେମଗିର, କନକତୁରା



0 Comments