ଆମ ମାତୃଭାଷା - ସୁନନ୍ଦା ମହନ୍ତ



ଆମ  ମାତୃଭାଷା ପାଇଁ ମୋର ତୃଷା 
ଥିଲା ଅଛି ରହିଥିବ 
ଆମ  ଭାଷାର ଗୀତ କବିତା ଭିତରେ 
ମନ ଆମ  ବୁଝିଯିବ 
ଆମ  ଭାଷାରେ ଯେଉଁ ରାଗ ଅଳଙ୍କାର 
ପଢିଲେ ମନ ମୁଗ୍ଧ ହେବ 
ଆମ  ଭାଷାରେ ଯେଉଁ ନମନୀୟତା ଭାବ 
ଜନନୀ ଡାକ ପରି ଶୁଭୁଥିବ 
ଆମ  ଭାଷାର ଆଦର କରି କେତେ ନର 
ନାମ ଯଶ କିର୍ତ୍ତୀ ପାଇଛନ୍ତି ପାଇବ 
ବଡ଼ ହେବା ପାଇଁ କର ଯେବେ ଯିଏ ଆଶା 
ଆମ ମାତୃଭାଷାରେ ଆଦର ଯା ଥିବ 
ଲେଖି ପଢି ଶିଖି ପାରିଲେ ମାତୃଭାଷାରେ 
ଯଶ ପ୍ରତିଷ୍ଠା ନିଶ୍ଚେ ଲଭିବ 
କେତେ ମୁନି ଋଷି କବି ଲେଖିଯାଇଛନ୍ତି 
ଭୀମଭୋଇ ସମ ହେବ 
ଆମ  ଭାଷା ରକ୍ଷକ ଓଡ଼ିଆ ମହାଭାରତ 
ଆଦିକବି ସାରଳାଦାସ ପରି କିଏ ହେବ 
ଗୀତ ଗୋବିନ୍ଦର ରଚୟିତା ଜୟଦେବ 
ଏ ମାଟିରୁ ହେଲେ ଉଦ୍ଭବ 
ଆମ ଭାଷାର ରକ୍ଷକ ଜଗନ୍ନାଥ ଦାସ ଆଦି 
ଅନେକ ଭାଷାର ଜରଦଗବ 
ଫକୀର ମୋହନ ସେନାପତି ଆମ ଭାଷାକୁ
କଲେ ପରିପୃଷ୍ଠ ଓ ସମୃଦ୍ଧ 
ଭାଷା ଆଂଚଳିକ ସାହିତ୍ୟ ସମୃଦ୍ଧି ଭିତ୍ତିକ 
ଏକଥା ଭାଷାପ୍ରେମୀ ନଭୁଲିବ 
ଆଜିର ଦିନରେ ଭାଷା ସାହିତ୍ୟ ଉର୍ଦ୍ଧରେ 
ଚତୁର୍ଦ୍ଧା ଚକାନୟନ ସ୍ମରିବ 
ଓଡ଼ିଆ ମାଟିର ଓଡ଼ିଆ ଭାଷାର ଉର୍ନ୍ନତିରେ 
ଅଗ୍ରଗାମୀ ସର୍ବେ ହେବ l

ସୁନନ୍ଦା ମହାନ୍ତ
ସାକ୍ଷୀଗୋପାଳ 
ପୁରୀ 

Post a Comment

0 Comments