ପ୍ରିୟା ମୋର - ଶେଷଦେବ ପରିଡ଼ା




ତୋର ଆଉ ମୋ  
       ଭିତରେ ଏତିକି ଫରକ୍
ତୁ ଗଙ୍ଗଶିଉଳିର ମଧୁର ବାସ୍ନା
ମୁଁ ବାସ୍ନା ହରା ଡିମିରି ଫୁଲର ଗନ୍ଧ

ତୁ ସକାଳ ସୁରୁଜର ଶାନ୍ତ କିରଣ
ମୁଁ ବୈଶାଖୀର ଝାଞ୍ଜି ପବନ

ତୁ ମଲ୍ହାର ତୋଳୁଥିବା ପ୍ରେମ ରାଗିଣୀ
ମୁଁ ବୁକୁଫଟା ଚିତ୍କାରର ସ୍ୱର

ତୁ ପୂର୍ଣ୍ଣିମା ରାତିର ଶୀତଳ ଜୋସ୍ନା
ମୁଁ ଅମାବାସ୍ୟାର କଳଙ୍କିତ ଜହ୍ନ

ତୁ ଶୃଙ୍ଗାର ସଜାଉଥିବା
                   ମଳୟ ପବନ
ମୁଁ ପତ୍ର ଝଡା ପଳାସର ମୃଦୁ କ୍ରନ୍ଦନ

ତୁ ନୀଳ ଆକାଶର ପ୍ରେମ ଇନ୍ଦ୍ରଧନୁ
ମୁଁ ଅଦିନିଆ କଳା ବାଦଲ

ତୁ ପ୍ରେମ ଦୁନିଆର ଖୋଲା ବିହଙ୍ଗ
ମୁଁ ବାସହରା ଅନ୍ଧ ପତଙ୍ଗ ll


ଶେଷଦେବ ପରିଡ଼ା
ମୋ - 9777896640

Post a Comment

0 Comments