ଦିଗହରା ମଣିଷର ତୁମେ ସାହା ଭରସା - ରଞ୍ଜନ କୁମାର ପଣ୍ଡା(


ଦିଗ ହରା ମଣିଷର ତୁମେ ସାହା ଭରସା
ତୁମ ବିନା ଆଉ କିଛି ନାହିଁ ମୋର ଲାଳସା ।
ହସ ଲୁହ ଦୁନିଆଁରେ ତୁମେ ମୋର ପ୍ରେରଣା
ଆନନ୍ଦ ଓ ବିଷାଦରେ ତୁମେ ହେବ ଭରଣା ।
ମହରଗ ଦୁନିଆଁରେ ତୁମେ ମୋର ପାଉଣା
କିଣା ବିକା ସରିଗଲେ କରିବନି ଅଲଣା ।
ସୁଖ ପରେ ଦୁଃଖ ଆସେ ଜାଣିଛି ମୁଁ ଜଗତେ
ଦୁଃଖରେ ଅଧିର ହେବା ମନ୍ଦ କର୍ମ ମରତେ ।
ସୁଖ ପାଇଁ ଧାଇଁବିନି ପଛରେ ମୁଁ କାହାର 
ଦୁଃଖ ବେଳେ ଭାଙ୍ଗିବିନି ଧୌର୍ଯ୍ୟଟିକୁ ମୋହର ।
ସବୁବେଳେ ଭଜୁଥିବି ପ୍ରଭୁ ତୁମ ନାମକୁ
ଦୁଃଖ ଦେଲ ବୋଲି କେବେ କହିବିନି କାହାକୁ ।
ଦୁଖୀରଙ୍କି ଜନ ଦେଖି ଦୁଃଖ ତାଙ୍କ ବୁଝିବି
ପାଖେ ତାଙ୍କୁ ଡାକିଆଣି ଭଲ କଥା କହିବି ।
ତୁମେ ମୋର ପ୍ରାଣ ବିନ୍ଦୁ ଜଗତର ସିନ୍ଧୁରେ
ବିପଦରେ ଡାକଦେବି ରଖ ଜଗବନ୍ଧୁରେ ।
କେଉଁ ପୁଣ୍ୟ କରିଥିଲି ଭଜୁଅଛି ତୁମକୁ
ପାପ କର୍ମ କଲାବେଳେ ଦୂର କର ଆମକୁ ।
ଜୟ ଜୟ ଜଗନ୍ନାଥ ଜଗତର କରତା
ପ୍ରାଣୀ ମନେ ଆଣିଦିଅ ଶୁଭ ଚିନ୍ତା ବାରତା ।


         ରଞ୍ଜନ କୁମାର ପଣ୍ଡା
               କୋରାପୁଟ

Post a Comment

0 Comments