ସୁନ୍ଦର ସୃଷ୍ଟିର ସ୍ରଷ୍ଟା - ତ୍ରିଲୋଚନ ପାଢ଼ୀ



ସୁନ୍ଦର ସୃଷ୍ଟିର 
ସ୍ରଷ୍ଟା ତୁମେ ପ୍ରଭୁ 
ତୁମେ ସୃଷ୍ଟି କର୍ଣ୍ଣଧାର 
ତୁମରି ଇଛାରେ 
ସୃଷ୍ଟି ଚାଲିଅଛି 
ଆମେ ତ ମଣିଷ ଛାର l
ସୃଷ୍ଟି ସୃଜନରେ 
ବ୍ରହ୍ମା ସୃଷ୍ଟି କର୍ତ୍ତା 
ବିଷ୍ଣୁ ତ ପାଳନ କର୍ତ୍ତା 
ମହେଶ୍ୱର ପରା 
ସଂହାର କର୍ତ୍ତା 
ଭାବେ ପାଉଛନ୍ତି ପୂଜା l
ଲକ୍ଷ୍ମୀନାରାୟଣ 
ଏ ସାରା ସୃଷ୍ଟିର 
ଅଟନ୍ତି ତ ମୂଳାଧାର
ମାତା ପିତା ରୂପେ 
ସଂସାର ପାଳନ୍ତି 
ଏଇ  ବିଶ୍ୱ ବ୍ରହ୍ମାଣ୍ଡ ର l


ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ :-ନନ୍ଦିଗ୍ରାମ 
ଭାୟା :-ନାଉଗାଁ ହାଟ 
ଜିଲ୍ଲା :-ଜଗତସିଂହପୁର 
ଫୋନ :-9938144819

Post a Comment

0 Comments