ଜଣେ ବାପା ଜଣେ ମାଆ - ପ୍ରିତିଛନ୍ଦା ରାୟ


ହାଡ଼ ଭଙ୍ଗା କଷ୍ଟ ସହି ଜନମ ଦେଇଛି
ମାଆ ଅଟେ ତାର ନା...
ଜନମ ଠାରୁ ଯେ ପାଳିଛି ପୋଷିଛି
ବାପା ଯେ ଆମର ସାହା.. ।
ଗରଳ ବିଷକୁ ଅମୃତ ପରିକା
ପାନ କରନ୍ତି ଅଚିରେ....
ରକ୍ଷା ସୂତ୍ର ସାଜି ସବୁ ବିପଦର
ଢାଲ ସାଜନ୍ତି ଖୁସିରେ...।
ତାଙ୍କ ଋଣ କେହି ଶୁଝି ପାରିନାହିଁ
ଶୁଝି ପାରିବନି ଜୀବନେ...
ମନେ ଆଉ ତାଙ୍କ ଦୁଃଖ ଦିଅ ନାହିଁ
ବୟସର ଅପରାହଣେ...।
ଯେତେ ଦିନ ଅଛନ୍ତି ସେ ପାଖେ
ସେବା ଯତ୍ନ କର ତାଙ୍କରି..
ଆଶିଷ ତାଙ୍କର ସବୁଠୁ ସଶକ୍ତ
ସବୁ ଦୁଃଖ ଯିବ ସରି ।
ସବୁ ଦୁଃଖ ଯିବ ସରି ।।


                   ପ୍ରିତିଛନ୍ଦା ରାୟ
            ନାଉଗାଁ, ଜଗତସିଂହପୁର

Post a Comment

0 Comments