ପ୍ରେମ - ଆରାଧ୍ୟା ପ୍ରିୟଦର୍ଶିନୀ


ପ୍ରେମ କାହା ପାଇଁ ଖେଳନା କଣ୍ଢେଇ
କାହାପାଇଁ ପ୍ରେମ ବନ୍ଧନ,
କାହା ପାଇଁ ପୁଣି ପ୍ରୀତିର ଉଚ୍ଛ୍ୱlସ
କାହା ପାଇଁ ଶ୍ୱେତ ଫଗୁଣ  ।
କେବେ ସେ ହସାଏ କେବେ ସେ କନ୍ଦାଏ 
କେବେ ପୁଣି ଯାଏ ମଉଳି,
ସୁରଭି ରହିତ ପୁଷ୍ପ ଯେହ୍ନେ ଝଡେ
ରାତ୍ରୀ କାଳେ ଗଙ୍ଗ ଶିଉଳି ।
କିଏ ପୁଣି କହେ ପ୍ରେମ ପାପ ଅଟେ
କିଏ କହେ ମହା ପୁଣ୍ୟ,
ପଚାରି ଦେଖ ଯା କୃଷ୍ଣ ପ୍ରେମୀଙ୍କୁ
ଅସଲ ପ୍ରେମର  ମର୍ମ ।
ଲୀନ ହୋଇଗଲେ ବିଭୁଙ୍କ ପ୍ରେମରେ
ମିଳିବ ଯେଉଁ ଆନନ୍ଦ,
ଜପ ତପ ବ୍ରତ କରି ଚାଲିଥାଅ
ଭକ୍ତି ପ୍ରେମେ ହୁଅ ମତ୍ତ ।
ଭକ୍ତି ପ୍ରେମେ ହୁଅ ମତ୍ତ ।

                 - ଆରାଧ୍ୟା ପ୍ରିୟଦର୍ଶିନୀ
           ବାଲିକୁଦା, ଜଗତସିଂହପୁର

Post a Comment

0 Comments