ରଜ ସଂକ୍ରାନ୍ତି - ଜଗବନ୍ଧୁ ସାହୁ


କାଲି ଗଲା ସଖି     ପହିଲି ରଜ ଲୋ
          ଆଜି ରଜ ସଂକ୍ରାନ୍ତି
ମଜା ମସ୍ତି କରି       ଦୋଳି ଝୁଲୁଥିବା
           ହୃଦୟୁ ହଟିବ କ୍ଳାନ୍ତି
ପୋଡପିଠା ସଖି ଖାଇବା ଲୋ ଦୁହେଁ
         ବାଣ୍ଟୁଥିବା ସାହି ଭାଇ
ଖାଇ ମିଠା ପାନ      ଓଠ କରି ରଙ୍ଗ
        ଶୁଭେଚ୍ଛା ଦେବା ଜଣାଇ
ସାଙ୍ଗ ସାଥି ମେଳେ  ଖେଳୁଥିବୁ ପୁଚି
         କବାଡିକୁ ବୋହୁଚୋରି
ମିଠା ମିଠା କଥା      କହି ସମସ୍ତଙ୍କୁ
         ମନ କରୁଥିବା ଚୋରି
ଅଳତା ଲଗାଇ     ଗଭାକୁ ସଜେଇ
       ଗାଇ ରଜ ଦୋଳି ଗୀତ
ସାଙ୍ଗ ସାଥି ମେଳେ ହସି ଖେଳୁଥିବୁ
        ବସି ନୂଆଁ ନୂଆଁ ମିତ

ପ୍ରେମ କବି ଜଗବନ୍ଧୁ ସାହୁ
      ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ

Post a Comment

0 Comments