ଘୋର ଅନ୍ଧକାର ଦିଶଇ
ଘୋଟି ଆସଇ ମେଘ
ଗର୍ଜିଣ ଆସଇ ଵରୁଣ
ନାଦ କମ୍ପାଇ ଦିଗ ।
ଆକାଶର ବର୍ଣ୍ଣ ଦିଶଇ
ନୀଳ ବର୍ଣ୍ଣ ରୁ କଳା
ଘୋଟେ ଗଗନେ ଵାଦଲ
ଯେହ୍ନେ ରଚିବ ଲୀଳା ।
କୃଷି ମନ ଉଠେ ମାତି
ଗାଏ ପ୍ରଫୁଲ୍ଲ ରେ
ପୁରେ ବିଲ କ୍ଷେତ ସଭି
ଶ୍ରାବଣ ର ଧାରାରେ ।
ତାଳେ ନୃତ୍ୟ କରେ ମୟୂର
ମେଲି ରୂପ ଚନ୍ଦ୍ରିକା
ନାଆ ବାହିଦିଏ ନାଉରୀ
ରହି ଥିରି ଥିରିକା ।
ଵେଙ୍ଗ ନାନୀ କିଆ ଵୁଦାରୁ
ଛାଡେ ଏମିତି ରଡି
ସତେ ଅବା ମହୀ ମର୍ତ୍ତ୍ୟରେ
ଵାଆ ପଡ଼ିବ ଛିଡି।
ମନ ଆନନ୍ଦରେ ଅଧୀର
ଦେଖି ବରଷାରାଣୀ
ଵିନ୍ଦୁ ଟୋପା ଝରେ ଏପରି
ଅବା ମୁକୁତାମଣୀ ।।
ଚନ୍ଦ୍ରିକା ଚକ୍ର
ରାଛିପୁର, ଯାଜପୁର ରୋଡ଼
ଯାଜପୁର




4 Comments
Nice lines
ReplyDeleteAma jajpur jila ra gouraba....
ReplyDeleteAma jajpur jila ra gouraba....
ReplyDeleteAma jajpur jila ra gouraba....
ReplyDelete