ପକ୍ଷୀ ଯେବେ ନ ଫେରେ- ସୁନୀତ ସାହୁ


ପକ୍ଷୀ ଯେବେ ନ ଫେରେ 
*******

ପକ୍ଷୀ ଯେବେ ନ ଫେରେ ଦୂର ଦିଗନ୍ତରୁ,
ଫୁଲ ଯେବେ ନ ଫେରେ ଗଛର ଡାଳରୁ,
ଜହ୍ନ ଯେବେ ନ ଫେରେ କୁମୁଦିନୀର କୋଳକୁ,
ଝୁରି ଝୁରି ନଦୀ ବହେ ଆଖିର କୋଣରୁ

 ଶିଶୁ ଯେବେ ଫେରି ଆସେ ମା'ର କୋଳକୁ,
 ମାେ ଧନ ଲଉଡି କହି ସ୍ନେହ କରେ ପୁତକୁ,
 କୋଳରେ ବସାଇ ତାକୁ ସରଗ ଦେଖାଇ,
 ହସି ଦିଏ ଧରା ମୋର ଓଠ ନେଫେଡେଇ

ପୁଅ ଯେବେ ଚାଲିଯାଏ ଧନ ଅର୍ଜନରେ,
ଗାଁ, ମା, ପିତା,ମାତାଙ୍କୁ ଦିଏ ନିଜଠୁ ଦୂରେଇ,
ଦୂର ସହରରେ ଯାଇ ଘର ସେ ବସାଇ,
ଘର ମୁହାଁ ନ ହୋଇ ସେ ଗାଁ କୁ ଭୁଲାଇ।

ଏହିପରି ପୂତ ମାନେ ହୃଦୟ ଭାଙ୍ଗନ୍ତି,
ବଞ୍ଚି ଥାଉ ଥାଉ ମାତା ପିତାଙ୍କୁ ମାରନ୍ତି,
ପୁଅ ଯେବେ ଚାଲି ଯାଏ ସୀମା ସରହଦ,
 ମା' ଛାଡ଼ି ସେବେ ଆମ ଭାରତର ମାତ।

ସେଇଭଳି ପୁତ ଯୋଗୁଁ ଦେଶମାନ ବଢେ,
ମା'କୁ ସୁରକ୍ଷା ଦେଇ ସୁଖ ସଂସାର ସେ ଗଢେ,
ଶହେ ପୁଅ ନିକର୍ମା ଥିଲେ କିସ ପ୍ରୟୋଜନ,
ଏକ ପୁତ୍ର କାମ୍ୟ ହେଲେ ବଢଇ ସମ୍ମାନ।

ନ ଫେରୁ ସେ ପୁତ ମୋର ଯେ ନିଜ ସୁଖ ଦେଖେ,
ଦୀର୍ଘାୟୁ ସେ ହଉ ପୁତ(ସୈନ) ଯେ ରହେ ମା' ପାଖେ,
ନିଜେ ମରି ଦିଏ ହସ, ହସାଏ ଧରାକୁ,
ପକ୍ଷୀ ଯେବେ ନ ଫେରେ ଦୂର ଦିଗନ୍ତ ରୁ  ।।

ସୁନୀତା ସାହୁ

Post a Comment

1 Comments