ରାଜନେତା - ଦେବବ୍ରତ ପାଢ଼ୀ


   ରାଜନେତା   


ଉତ୍କଳ ପୁରର ରାଜନେତା ମୁହିଁ ଉତ୍କଳ ପୁରର ରାଜନେତା
ଦେଇଥାଏ ମୁଁ ଲୋକଙ୍କ ମଙ୍ଗଳେ ନାନାଦି ପ୍ରକାର କେତେ ଭତ୍ତା
ନିର୍ବାଚନ ବେଳେ ହାତଗୋଡ଼ ଧରି ବାଣ୍ଟିଥାଏ କେତେ ଛତା ଜୋତା
ସମ୍ପତିର ମୋର ହିସାବ ନଥାଏ ଥାଏ କେତେ ଉଭା କେତେ ପୋତା
ନିର୍ବାଚନ ଶେଷେ ଗାଁ ଗହଳୀରେ ନଥାଏ ମୋହର ଆତା ପତ୍ତା
ମଦ କାରଖାନା ତିଆରି ପାଇଁକି କାଟିଥାଏ କେତେ ଗଛ ଲତା
ଅଭିଯୋଗ ନେଇ ଥାନାକୁ ଆସିଲେ ବସାଇ ଥାଏ ମୁଁ କେତେ ଯନ୍ତା
ଖାତା କଲମରେ ଠକୁଥାଏ ମୁହିଁ ଖାଇଥାଏ ମୋଡ଼ି ଲୋକ ମଥା
ପୋକ ମାଛି ପରି ଚାଷୀ ମରିବାର ଶୁଣିଥାଏ ହୋଇ ପ୍ରତ୍ୟକ୍ଷ ଶ୍ରୋତା
ଉତ୍କଳ ପୁରର ରାଜନେତା ମୁହିଁ ଉତ୍କଳ ପୁରର ରାଜନେତା ।।


ଦେବବ୍ରତ ପାଢ଼ୀ
ରେଭେନ୍ସା ବିଶ୍ୱବିଦ୍ୟାଳୟ
କଟକ

Post a Comment

1 Comments