*****
ତୁମେ ଫେରିବାକୁ ଚାହିଁଲେ ବି
ମୁଁ ଆଉ ଫେରିବାକୁ ଚାହେଁନି ସେ ଅଫେରା ରାଇଜକୁ
ଯେଉଁଠି ନଦୀ ର ସୂଅ ପରି କୂଳ ଲଙ୍ଘି ସାରିଛି
ମୋ ଚକ୍ଷୁର ଲୋତକ ଧାରା
ସେଇ ତୁମ ପ୍ରେମ ଭରା କେତୋଟି ମଧୂର ମୁହୂର୍ତ୍ତ ର ସ୍ମୃତି
ସାଉଁଟି ରଖିଛି ହୃଦୟ ର ସେହି ଅମୁହାଁ ସିନ୍ଧୁକ ଭିତରେ
ତୁମ ପ୍ରତି ଆସିଥିବା ଘୃଣା କୁ ମୁଁ ଧୋଇ ସାରିଛି ଅଶ୍ରୁ ବର୍ଷା ରେ
ନା ଏବେ କିଛି ଅଛି ଆଶା
ନା ପ୍ରେମ ରୂପୀ ମିଛ ମରୀଚିକା ପଛରେ ଧାଇଁବା ର ବୃଥାଆସ୍ପଳନ
ବାସ ଖାଲି ଅପେକ୍ଷା ସେହି ଦିନ କୁ........।।
ସୁନୁ ଲତା ଘଡେଇ
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ




1 Comments
ବହୁତ ସୁନ୍ଦର
ReplyDelete