ଲୁହକୁ ପିଇବା ଜୀବନ ମୋହର
ନାହିଁ ଟିକେ କାହିଁ ସୁଖ
ଖୋଜିବି କାହିଁକି କେଉଁଠି କେବେଯେ
ଜନ୍ମରୁ ଅଛିତ ଦୁଃଖ ।
ମନର ଭାବନା ଅକୁହା ବେଦନା
କିଏବା କାହିଁ ବୁଝିବ
ଆଖିରେ ଯଦିବା ଲୁହମୋ ଗଡିବ
ଦୁନିଆ ନିଶ୍ଚେ ହସିବ ।
ଦୁଃଖକୁ ସାଇତି ରଖିଛି ନୀରବେ
ହୃଦୟ କନ୍ଦରେ ମୋର
ବିଫଳତା ଭରା ଜୀବନକୁ ବୋହି
ହେଇଚି ମୁଁ ସ୍ୱାର୍ଥପର ।
ସରଳ ମନକୁ ଠୋକର ସହଜ
ମାରିଯାନ୍ତି ସର୍ବେ ଲାତ
ଭାଗ୍ୟର ବିଧାନ ଦେଇଛି ସମ୍ମାନ
ନିଜେ ଆଜି ସାଜି ଭୁତ ।
ଅର୍ଦ୍ଧଚନ୍ଦ୍ର ଜୀବନ ମୋହରେ ଦେଇ
ସୁଖେ ବସିଛି ବିଧାତା
ଶରୀର ମନର ଅତୁଟ ବିରାଗ ।
କେତେଯେ ସଂମ୍ପର୍କ ଆସି ଚାଲିଗଲେ
ଭାଙ୍ଗି ମୋ ହୃଦୟ ଘର
ପ୍ରେମ ପ୍ରତାରଣା ଜୀବନ ଦୁଃଖର
ପ୍ରେମିକ ନୁହେ କାହାର ।
ମୃତ୍ୟୁ ପରି ସୁଖ କାହିଁ ବା ପାଇବି
ଅପେକ୍ଷା ରତ ଯାହାର
ତାହାରି କୋଳରେ ଶୋଇଲେ ନିଦ୍ରାରେ
ଜୀବନ ହେବ ସୁନ୍ଦର ।
କେତେଯେ ବୋହିବ ଜୀବନର ବୋଝ
ଲାଗିଲାଣି ସବୁ ପିତା
ସ୍ୱାର୍ଥାନ୍ଦ ଜଗତେ ସ୍ଥାନ ନାହିଁ ମୋର
ଗାଇବି କାହିଁ ମୁଁ ଗୀତା ।
ଅଧାଗଢ଼ା ମନ ପୋଡୁଛି ଶରୀର
ନାହିଁ କାହିଁ ଅଧିକାର
ଚାରିଆଡେ ଦେଖି ମୃତ୍ୟୁ ଇଚ୍ଛା ହୁଏ
କେହିତ ନାହିଁ ନିଜର ।
ବେଦନାକୁ ଚାପି ଏଛାତି ଭିତରେ
ଇଛାକୁ ଦେଇଛି ମାରି
ଜାଣିଛି ଦୁନିଆ କହିବ ନିଶ୍ଚିତ
ଯାଇଛି ମୁଁଯେ ହାରି ।
ଆୟୁଷର ଲୋଭ କରିବି କାହିଁକି
ଏହିଯେ ଅନ୍ତିମ କ୍ଷଣେ
ନୁହେଁ ମୁଁ ରାବଣ ଆସିବେ ସେ ରାମ
ମରିବି ତାଙ୍କରି ବାଣେ ।
ଅଳ୍ପାୟୁଷ କର ଜୀବନକୁ ମୋର
ଏହି ମୋର ନିବେଦନ
ମୋହରି ଭାଗର ଯେତେକ ସୁଖକୁ
ବାଣ୍ଟିଦିଅ ଭଗବାନ ।।
ତପନ କୁମାର ସାହୁ
ଟେକାରୁମାଲ, କର୍ଲାମୁଣ୍ଡା, କଳାହାଣ୍ଡି




0 Comments