ପ୍ରତିଭା ଏକ ମଧ୍ୟବିତ ଘରର ବୋହୁ |ସଭିଙ୍କୁ ସ୍ନେହ ଓ ଭଲ ପାଇବା ଦେଇ ହସ ଖୁସିରେ ଜୀବନ ବିତାଉଥିଲା ପ୍ରତିଭା |ପରିବାର ଲୋକ ବେଶୀ ଖୁସି ଥିଲେ କାରଣ ପ୍ରତିଭା ମା ହେବାକୁ ଯାଉଥିଲା |ହଠାତ ପ୍ରତିଭା ଜୀବନରେ କଳା ବାଦଲ ଘୋଟିଗଲା|କଳା ବାଦଲ ହଟିବା ଆଗରୁ ପ୍ରତିଭା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସବୁଦିନ ପାଇଁ ସଭିଙ୍କୁ ପରକରି ଆରପାରିକୁ ଚାଲିଗଲା |ମାଆର ସବ ପାଖରେ ଚିତ୍କାର କରି କାନ୍ଦୁଥାଏ ସେଇ ନବଜାତ ଶିଶୁଟି|ସତେ ଯେମିତି ଡାକୁଥିଲା ମା... ଓ.. ମା ଉଠୁ ମତେ ଭୋକ ଲାଗିଲାଣି ପରା ଖାଇବାକୁ ଦେ|ଯେତେ କାନ୍ଦିଲେ କଣ ହେବ ତାର ମା କଣ ତାକୁ କୋଳେଇ ନେବ ନା ତାକୁ ଧରିବ? କିଛି ସମୟ ପରେ ଏକ ବୃଦ୍ଧା ସେଇ ଶିଶୁକୁ କୋଳେଇ ନେଲା ପରେ ଶିଶୁର କାନ୍ଦ ବନ୍ଦହେଲା| ତାକୁ ଗେଲ କରି କହିଲେ ତୁମୋ କୁଳର ପ୍ରଦୀପ ତେଣୁ ତୋ ନାମ ପ୍ରଦୀପ |ମୁଁ ତୋର ଜେଜେମା କିନ୍ତୁ ମୁଁ ତୋର ମାଆ ସାଜିବି ତତେ ମୋ ନାତି ନୁହେଁ ମୋ ପୁଅ ପରି ଲାଳନ ପାଳନ କରି ବଡ଼ କରିବି ଏବଂ ଭଲ ମଣିଷଟିଏ କରି ଗଢି ତୋଳିବି |ତୁମେ ଠିକ କହିଛ ମା ଇଏ ମୋ ପ୍ରଦୀପ ଆଜିଠୁ ଇଏ ମୋ ଜୀବନ ଏହା କହି ଗେଲ କରିବାକୁ ଲାଗିଲେ|ଗୋଟିଏ ପଟେ ନବଜାତ ଶିଶୁର ହସ ହସ ମୁହଁ ଅନ୍ୟପଟେ ଜୀବନର ମୁକସାକ୍ଷୀ ସାଜିଥିବା ଅର୍ଦ୍ଧାଙ୍ଗିନୀର ମୃତ ଦେହ |ଶେଷରେ ନିଜ ସ୍ତ୍ରୀର ମୃତ ଶରୀରକୁ କାନ୍ଧରେ ଧରି ଚାଲିବାକୁ ଲାଗିଲା ସ୍ମଶାନ ଅଭିମୁଖେ|
ସମୟର ଗତି ସହ ପାଦ ମିଶେଇ ପ୍ରଦୀପ ବଡ଼ ହେବାକୁ ଲାଗିଲା|
ପ୍ରଦୀପ ତାର ଘରର କୋଣରେ ଟଙ୍ଗାଯାଇଥିବା ଫୋଟୋ ପାଖରେ ଠିଆ ହୋଇ ତାର ମାକୁ ପ୍ରଶ୍ନ କରୁଥିଲା ମାଆ ତୁ ମତେ ଛାଡିକି ଚାଲିଗଲୁ କାହିଁକି? ଉପରେ ଥାଇ ମୋ ଅନ୍ତରର ଦୁଃଖ ତୁ କଣ କେବେ ଶୁଣି ପାରୁଛୁ ନା ମୁଁ କାହାକୁ କହି ପାରୁଛି |କାହାକୁ କହିବି,କିଏବା ଶୁଣିବ ମୋ ଅନ୍ତରର କଥା|ମୁଁ ଜାଣି ପାରୁନି ମୋର ଜନ୍ମ ତୋ ପାଇଁ ଅଭିଶାପ ନା ଆଶ୍ରିବାଦ| ଅଭିଶାପ ନିଶ୍ଚିତ ନଚେତ ମୁଁ ଜନ୍ମ ହେବା ମାତ୍ରେ ତୁ ମତେ କଣ ଛାଡିକି ଆର ପରିକି ଚାଲିଯାଇଥାନ୍ତୁ ନା ମତେ ତୋର ସ୍ନେହରୁ ବଞ୍ଚିତ କରିଥାନ୍ତୁ| ମୁଁ କଣ ଭୁଲୁକରିଥିଲି କାହିଁକି ମତେ ମାଆ ଛେଉଣ୍ଡର ଉପାଧିରେ ଭୂଷିତ କରି ଚାଲିଗଲୁ ମୋର ଭୁଲୁ ରହିଲା କୋଉଠି?
ମୁଁ ଜାଣେ ତୁ ମୋ ପ୍ରଶ୍ନର ଉତ୍ତର ଦେବୁନି କି ମୋ ପ୍ରଶ୍ନର ଉତ୍ତର ତୋ ପାଖରେ ନାଇଁ|
ମୁଁ କେବଳ ଅଭିଶପ୍ତର ଜୀବନ କଟାଉଥିବି ଜୀବନ ସାରା|ନିଜକୁ ଧିକାର କରୁଥିବି ଜୀବନସାରା,କାରଣ ମୋ ଜୀବନ ବା ଅଭିଶପ୍ତ,ମୁଁ ହତଭାଗା ମୋର ବା ଫଟା କପାଳ ମୋର ଭାଗ୍ୟରେ ଖୁସି ରହିଥାନ୍ତା ବା କିପରି?ତୋର ସ୍ନେହ ପାଇଥାନ୍ତି ବା କିପରି? ତୁ ଜାଣିଛୁ ମାଆ ତୋ କୋଳରେ ମଥା ରଖି ଜୀବନର ସବୁ ସୁଖ ଦୁଃଖକୁ କହିବାକୁ ବହୁତ ଇଚ୍ଛା ହୁଏ,ତତେ ଜାବୁଡି ଧରି କାନ୍ଦିବାକୁ ଇଛା ହୁଏ କିନ୍ତୁ କରି ପାରେନି|କେମିତି ବା ହେବ ସମ୍ଭବ? ମୁଁ ପରା ଗୋଟେ ହତଭାଗା ମୋତେ ସେଇ ସୌଭାଗ୍ୟ ମିଳିବ ବା କିପରି ମୁଁ ପରା ଗୋଟେ ହତଭାଗା.....
ସୁଶାନ୍ତ କୁମାର ପାତ୍ର
ସୋହର, ଓମାନ
Home town
ଦରପଦା, ନୟାଗଡ
Mob +919851444543
+96895469594(oman)




0 Comments