ସମୟ ବୁଝେନା ଭଲ ଅବା ମନ୍ଦ
କର୍ମ ନେଇ ଫଳ ଦିଏ
ସେହି ଏକା ଧନ୍ୟ କର୍ମଫଳ ଭୁଲି
ନିଜ କର୍ମ କରିଥାଏ
ସମୟ ବୁଝେନା............... ।।
ହାଏରେ ମଣିଷ ନହୁଅ ତୁ ଦାସ
ନିଜ କର୍ମ ଚାଲ କରି
କିଏ ଜାଣେ କେବେ ଖୋଲିଯିବ କାହା
ବନ୍ଧା ଥିବା ଭାଗ୍ୟଡୋରି
ଭାଗ୍ୟ ସାଧେନାହିଁ ଦାଉ କାହାପରେ
ନିଜ କର୍ମ ସାଧୁଥାଏ
ସତ କୁହଥରେ ଚାଲି ନପାରିଲେ
ବାଟର କି ଦୋଷ ଥାଏ
ସମୟ ବୁଝେନା................ ।।
ନିୟତିର ଗତି ସମୟ ଅଟଇ
ଅତି ଯେ ନିଷ୍ଠୁର ସେଇ
ନଥାଏ ତାପାଖେ ପ୍ରିୟାପ୍ରିତୀ କିଛି
କେହି ନୁହେଁ ତାର ଭାଇ
ଧର୍ମ ନିକିତି ରେ ତଉଲେ ସେ ନିତି
କର୍ମ ନେଇ ଫଳ ଦିଏ
ସତ୍କର୍ମ କରିଲେ ଦିଏ ବିଭୁ ପାଦ
ଅସତକୁ ଶାସ୍ତି ଦିଏ
ସମୟ ବୁଝେନା...............।।
କିଏ ଜାଣେ ଏଠି କେତେବେଳେ କାର
ଜୀବନ ଦୀପ ଲିଭିବ
କିଏ କେମିତିକା ଗଢିଛି ଜୀବନ
ଗଲା ପରେ ଜଣାଯିବ
ଭଲମନ୍ଦ ବାଣୀ ଗଲାପରେ ଜାଣି
ଦୁନିଆଁ ଲୁହ ଝରାଏ
କରିଥାଏ ଯିଏ ଭଲ କର୍ମ କିଛି
ସମୟ ତାକୁ ବଞ୍ଚାଏ
ସମୟ ବୁଝେନା...................... ।।
ଅବଦଲପୁର, ଯାଜପୁର
ଦୂରଭାଷ: 9439854199




0 Comments