ଶୀତ
ଧୀରେ ଧୀରେ ପାଦ ପକାଇ ଧରା ରେ ଆସିଛି ଏ ଶୀତ ଋତୁ
ମଳୟ ପବନ ଧୀରେ ଛୁଇଁ ଦେଇ ଥରେଇ ଦିଏ ଦେହକୁ
ଘନ କୁହୁଡ଼ି ର ଧଳା ର ଚାଦର ଘୋଡ଼ାଇ ଦିଏ ଧରା କୁ
ଶୀତ ର ଜାଡ଼ ରେ ଥର ହର ହୋଇ ଖୋଜିଥାନ୍ତି କମ୍ବଳ କୁ
ଭାରି ଭଲ ଲାଗେ ଶୀତୁଆ ସକାଳେ ନିଆଁ ଟିକେ ଜାଳିବାକୁ
ଘେରି ଯାଇଥାନ୍ତି ବୃଦ୍ଧ ଠୁ ବାଳକ ନିଆଁ ଟିକେ ପୁଇଁବାକୁ
ଭାରି ଭଲ ଲାଗେ ଗରମ ସେକ ଟା ଥର ଥର ଶରୀର କୁ
ଶୀତୁଆ ସକାଳେ ସୂରୁଜ କିରଣେ ଭଲ ଲାଗେ ବୁଲିବାକୁ
ସୂର୍ଯ୍ୟଙ୍କ ର ଉଷ୍ଣ କିରଣ ଟା ସତେ ଭିଜେଇ ଦିଏ ମନକୁ
କେତେ ପୂଜା ପର୍ବ ପାଳନ ହୁଏ ଯେ ଏହି ଶୀତ ଋତୁ କାଳେ
ଭାରି ମଜା ଲାଗେ ବଣ ଭୋଜି ସତେ ସାଙ୍ଗ ସାଥୀଙ୍କ ର ମେଳେ
ଶୀତ ତ ଆଣିଛି ଖୁସିର ଆସର ଉଡ଼ି ବୁଲେ ଏଇ ମନ
କେଉଁ ଦିନେ କୋଉ ପରବ ଆସିବ ଗଣୁଥାଏ ଖାଲି ଦିନ.....
ସୁଜାତା ଖୁଣ୍ଟିଆ, ଖେତୁଆଳି, ହାଟଡିହି, କେନ୍ଦୁଝର




1 Comments
Awesome
ReplyDelete