ରାତିର ସ୍ବପ୍ନ ଯେତେବେଳେ
ଲୁହ ହେଇଯାଏ
ନଈ ଟିଏ ପରି ବହିଯାଏ
ହୃଦୟ ,ବିବେକ ,ମନର
ଆଖ ପାଖରେ ଛାଡ଼ିଯାଏ
କିନ୍ତୁ ପରନ୍ତୁର ସଂଯୋଜକ ଅବୟ ଗୁଡିକୁ ll
ସତରେ
ନଈର ଭଉଁରୀ ଭିତରେ
ଅସଜଡ଼ା କଙ୍କାଳ ସବୁ
ନିଜ ଶରୀରକୁ ଚିହ୍ନି ପାରନ୍ତିନି
କରି ପାରନ୍ତିନି
ତୋର ଓ ମୋର ଭିତରେ
ପରିଚୟର ତୁଳନା
ଯେଉଁଠି ଆଖି ,ନାକ ,କାନ ,ଚର୍ମ ପରି
ସମ୍ବେଦାଙ୍ଗ ସବୁ ଟାହି ଟାପରା ହୁଅନ୍ତି
ତୁ କିଏ ? ନା ମୁଁ କିଏର ପ୍ରଶ୍ନରେ ll
ମୁଁ ତ କହୁଛି
ନଈ ଯଦି କୁଳ ଖୋଜି ଖୋଜି
ମୋତେ ପ୍ରଶ୍ନ ପଚାରେ
ମୁଁ କଣ ଉତ୍ତର ଦେବି ...
କେମିତି କହିବି ଯେ
ସମୁଦ୍ରର ବିଲୀନତା ଭିତରେ
ତୋର ଅସ୍ତିତ୍ବ
ଆଉ ମୁଁ
ନିଜର ଅନୁସନ୍ଧାନରେ ଚିରଦିନ ll
ଶିକ୍ଷକ
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର




0 Comments