କିଏ ତୁମେ..? - ହରେରାମ ଦାସ

 



କିଏ ତୁମେ.......?

ହୃଦୟ ନା ସ୍ପନ୍ଦନ  ,,

ଅହ ରହ ଛାତିରେ

ହାତ ପିଟି ,

କହିଦିଅ 

ମୁଁ ତୁମ ଭିତରେ ତିଷ୍ଠିଛି ଆଉ

ତୁମେ ମୋ ପାଇଁ ଅତିଷ୍ଠ  ।


କିଏ ତୁମେ.........?

ମନ ନା ବିବେକ  ,,

ଅହ ରହ ଭାବନାରେ

ଆସିଯାଇ

କହୁଥାଅ 

ମୁଁ ତୁମକୁ ଅନୁଭବେ ମୋ ମନରେ ,

ତୁମେ ଜୀବିତ ମୋ ଖିଆଲରେ  ।


କିଏ ତୁମେ ..........?

ସ୍ବପ୍ନ ନା ବାସ୍ତବ  ,,

ଅହ ରହ ଲାଖି ଥାଅ

 ଆଖିରେ

ଦେଖୁଥାଅ

ମୁଁ ତୁମକୁ ଖୋଜିବାର ଆବେଗକୁ

ତୁମେ ମୋର ଆପଣାର  ଆପଣା ପଣକୁ  ।।


 ବାଲେଶ୍ବର

              

Post a Comment

0 Comments