ନୀତି, ନିୟମ ଓ ଅନୁଶାସନ - ବାସନ୍ତୀ ଲତା ଜେନା



ମାନବ ଜୀବନ ପରା ଦୁର୍ଲ୍ଲଭ ଜୀବନ

ସବୁ ଜୀବ ମଧ୍ୟେ ଶ୍ରେଷ୍ଠ ସେ ହୁଏ ମହାନ  l0l


ଛାତ୍ର ମାନେ ହେଉଛନ୍ତି ଦେଶ ଭବିଷ୍ୟତ

ଚରିତ୍ର ଗଠନ ତାଙ୍କ ଅଟେ ତ ମହତ

ନୀତି ନିୟମ ଶୃଙ୍ଖଳା ସଂଯମ ପାଳନ

ସମୟାନୁ ବର୍ତ୍ତିକା ହେଲେ ସୁଖେ କଟେ ଦିନ    l୧l


କଞ୍ଚା ମାଟି ପରା ସମ ଶିଶୁ ହୋଇ ଥାଏ

ବିଦ୍ୟା ବୁଦ୍ଧି ଭକ୍ତି ଶ୍ରଦ୍ଧା ହୃଦେ ଭରା ଯାଏ

ସହିଷ୍ଣୁତା ଶିଷ୍ଟାଚାର ସୁ ଅନୁଶାସନ

ଆଳସ୍ୟକୁ ଦୂର କଲେ ସଫଳ ଜୀବନ   l୨l


ଘର ବାହାର ସବୁଠି ନିୟମ ରକ୍ଷକ

ଉତ୍ତମ ଅଭ୍ୟାସ କଲେ ନ ହୁଏ ଭକ୍ଷକ 

ତ୍ୟାଗ କଲେ କାମ କ୍ରୋଧ ଲୋଭ ମୋହ ମାନ

ନିଃସ୍ୱାର୍ଥ ପରୋପକାରେ ଦୟା କ୍ଷମା ଗୁଣ    l ୩l


ମହାପୁରୁଷ ଜୀବନୀ ଛାତ୍ର ପଢୁ ଥିବ

କେଉଁ କାର୍ଯ୍ୟ କରଣୀୟ ତାହାତ ଜାଣିବ                         

ନୀତିବାଦୀ ହେବ ସିଏମହତ ଜୀବନ

ଦେଶ ପ୍ରଗତି ବିକାଶ କରିବ ବହନ l୪l


ଜନନୀ ଜନ୍ମ ଭୂମିର ହୃଦେ ପ୍ରେମ ଭରି

କର୍ତ୍ତବ୍ୟ ପାଳନେ ସେତ ଧର୍ମ ରକ୍ଷା କରି

ଅହିଂସାର ବୀଜ ମନ୍ତ୍ର ମୋ ଦେଶ ମହାନ

ଜଗତ କଲ୍ୟାଣ ହେଉ ଯାଉ ମୋ ଜୀବନ   l୫l


ଗାନ୍ଧୀନାଗାର, ନବରଙ୍ଗପୁର  

Post a Comment

0 Comments