( ଧାରାବାହିକ ) ଦ୍ବିତୀୟ ଅଧ୍ଯାୟ ,
ସା°ଖ୍ୟ ଯୋଗଃ ଶ୍ଳୋକ - ୬୯
ଯା ନିଶା ସର୍ବ ଭୂତାନା° ତସ୍ୟା° ଜାଗତି ସ°ଯମୀ,
ଯସ୍ୟା° ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ ।
ଅର୍ଥ : -
ସାଧାରଣ ବ୍ୟକ୍ତିମାନେ ଯେଉଁ ସମୟକୁ ରାତ୍ରି ବୋଲି ଭାବନ୍ତି , ସାଧକ ବ୍ୟକ୍ତିମାନେ ସେହି ସମୟରେ ଉଜାଗର ରହି ସାଧନା କରନ୍ତି । ଯେଉଁ ସମୟରେ ସାଧାରଣ ଲୋକମାନେ କର୍ମ କରୁଥାନ୍ତି ସେହି ସମୟରେ ସ°ଯମୀମାନେ ଅର୍ଥାତ୍ ମୁନିମାନେ ନୀରବ ରହି ସମୟକୁ ରାତ୍ରି ବୋଲି ଭାବି ନେଇଥାନ୍ତି ।
ବ୍ୟାଖ୍ଯା : -
ଦିନଟା ସା°ସାରିକ ଲୋକମାନଙ୍କ ପାଇଁ ବଡ଼ ମୂଲ୍ୟବାନ କାରଣ ପରିଶ୍ରମ କରିବା , ଅର୍ଥ ଉପାର୍ଜନ କରିବା , ପରିବାର ଭରଣ ପୋଷଣ କାର୍ଯ୍ୟ କରିବା , ଲୋକଙ୍କ ସହିତ ମିଶି ନାନା ବିଷୟରେ ଭାଗ ନେବାରେ ବ୍ୟସ୍ତ ଥାଆନ୍ତି । ଏହି ସମୟରେ ମନନଶୀଳ ମୁନିମାନେ ନୀରବ ରହିଥାଆନ୍ତି କାରଣ ସେମାନଙ୍କୁ କୋଳାହଳ ଭଲ ଲାଗେ ନାହିଁ । ଈଶ୍ବର ଚିନ୍ତା ବାଧାପ୍ରାପ୍ତ ହୋଇଥାଏ । ଯେତେବେଳେ ଦିନ ବେଳାର କୋଳାହଳ କମିଯାଏ ଅର୍ଥାତ୍ ପଶୁ ପକ୍ଷୀ ଓ ସା°ସାରିକ ବ୍ୟକ୍ତିମାନେ ଶୋଇ ପଡ଼ନ୍ତି, ସେତେବେଳେ ସାଧକମାନେ ମୁନି ଋଷିମାନେ ଜପ, ତପ, ଧ୍ଯାନ, ଯୋଗ ଓ ଯଜ୍ଞ ପ୍ରଭୃତି କାର୍ଯ୍ୟ କରିବାରେ ଲାଗି ପଡ଼ନ୍ତି । ଏହା ହିଁ ହେଉଛି ସାଧକ ଓ ସା°ସାରିକ ବ୍ୟକ୍ତି ମାନଙ୍କ ମଧ୍ୟରେ ପ୍ରଭେଦ ।
ବାଲିଗୁଡ଼ା , କନ୍ଧମାଳ




0 Comments