ଶ୍ରୀପଞ୍ଚମୀ - ବାସନ୍ତୀ ଲତା ଜେନା



ମାତା ସରସ୍ବତୀ ଶୁକ୍ଳlମ୍ବର ଦେବୀ

       ଜ୍ଞାନ ବୁଦ୍ଧି ବିବେକର

ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ

       ଅଜ୍ଞାନତା ଦୂର କର      l୧l

ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା

       ପଦ୍ମାସନା ଗୋ ଜନନୀ

ମୁକୁତାର ହାର ବୀଣାର ଝଙ୍କାର

        ବାଣୀ ପୁସ୍ତକ ଧାରିଣୀ    l୨l

ବାକଦେବୀ ଜନନୀ ଅନ୍ଧାର ନାଶିନୀ

       ଅଧିଷ୍ଠାତ୍ରୀ ଦେବୀ ତୁହି

ତୋର କୃପା ବଳେ ଅଧମ ହୁଅଇ

      ଜ୍ଞାନର ବର୍ତ୍ତିକା ସେହି      l୩l

କବି କାଳିଦାସ ତୋ ଚରଣ ବନ୍ଦି

      ହୋଇ ଗଲେ ମହାଜ୍ଞାନୀ

ତୋର କୃପା ମିଳୁ ଜଗତ  ଜନଙ୍କୁ

       ଅଜ୍ଞାନୀ ହେଉ ସୁଜ୍ଞାନୀ     l୪l

ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ

      ଅନୁଷ୍ଠାନେ ପୂଜା ପାଉ

ବିଦ୍ୟାର୍ଥୀ ଗଣଙ୍କ ପ୍ରାର୍ଥନା ଶୁଣିଣ

      କୃପା ଢାଳି ଦେଇ ଥାଉ      l୫l

ଶ୍ରୀପଞ୍ଚମୀ ଦିନ ଉପାସ କରନ୍ତି

        ତୋର ଆରାଧନା ପାଇଁ

ଆଶୀର୍ବାଦ ଦେବୁ ବିଦ୍ୟାଦାୟିନୀ ମା

       ଅଜ୍ଞାନ ଯାଉ ଦୂରେଇ       l୬l

ଜିହ୍ୱା ଅଗ୍ରଭାଗେ ଉପବେଶ ହେଉ

       ବିଦ୍ୟା ବୁଦ୍ଧି ଦେଉ କହି

ସତ୍ୟ ଧର୍ମ ମାର୍ଗ ପଥ ତୁ ଦେଖାଉ

       ଜ୍ଞାନ ତୁ ଦେଉ ବତାଇ     l୭l

କରୁଣାମୟୀ ମା ଜଗତ ଜନନୀ

       ଜ୍ଞାନ ଦାତ୍ରୀ ଅଜ୍ଞାନର

ତୋର କୃପାବଳେ ମୂର୍ଖ ହୋଇ ପାରେ

       ଶ୍ରେଷ୍ଠ ପାଣ୍ଡିତ୍ୟ ଜନର      l୮l

ଅଧମ ସନ୍ତାନ କରୁଛି ପାର୍ଥନା

      ସୁଦୟା ଟିକେ କରିବୁ

ତୋର ପାଦ ସେବି କର୍ମ ମୁଁ କରିବି

        ଏହି ଆଜ୍ଞା ଦେଉ ଥିବୁ     l୯l


ଗାନ୍ଧୀନଗାର, ନବରଙ୍ଗପୁର,

Post a Comment

0 Comments