ବିଦ୍ୟା ଦାୟିନୀ ଶାନ୍ତି ପ୍ରଦାୟିନୀ
ଜୟ ମାଁ ସରସ୍ଵତୀ ,
ବୀଣା ପୁସ୍ତକ ଧାରିଣୀ ଅଭୟ ଦାୟିନୀ
ଘେନ ବାରେ ମୋ ଭକତି ।
ହଂସ ବାହିନୀ ପଦ୍ମ ଆସନି
କଜ୍ଜଳ ଲୋଚନୀ ବନ୍ଦେ ,
ମାତୃରୂପିଣୀ ଶକ୍ତି ସ୍ୱରୂପିଣୀ
ଜୟ ମାଁ ଚତୁର୍ଭୁଜେ ।
ତୋର କୃପା ବଳେ ମୂର୍ଖ
ହୁଅଇ ପଣ୍ଡିତ ,
ଅକୃପା କରିଲେ ଜ୍ଞାନୀ
ହୁଏ ଅପଣ୍ଡିତ ।
ବୀର କୁମ୍ଭକର୍ଣ୍ଣ କୁ
ଅକୃପା ଯେବେ କଲୁ ,
ଇନ୍ଦ୍ରାସନ ବଦଳରେ
ନିଦ୍ରାସନ ମଗାଇଲୁ ।
ମୁହିଁ ଅରକ୍ଷିତ ଜନ
ନ ଜାଣଇ କିଛି ।
ବୁଦ୍ଧି ଜ୍ଞାନ ଦିଅ ମୋତେ
ମାଗୋ ଭଗବତୀ ।
ହାତିଖୋଜ ( ବେଲସା ପଡ଼ା )
କଳାହାଣ୍ଡି , ଓଡ଼ିଶା




0 Comments