ମା ସରସ୍ବତୀ - ମନୀଷା ବିଶ୍ୱାଳ

 


ଆସ ଆସ ମାତା ବୀଣାପାଣି

ବସନ୍ତର ଆଗମନେ

ଭରିଦିଅ ଜ୍ଞାନ ବୁଦ୍ଧି

ସବୁଜନ ମନେ ।


ବିଦ୍ୟାଦାୟିନୀ ମା ଗୋ ତୁମେ

ସର୍ବ ଦୁଃଖ ବିନାଶିନୀ

ତୁମରି କୃପା ରେ ମା ସରସ୍ବତୀ

ମୂର୍ଖ ହୁଏ ମହାଜ୍ଞାନୀ ।


ଶ୍ୱେତପଦ୍ମକୁ ବାହାନ ତୁମର

କେଡେ ମନଲୋଭା ସତେ

ବାମ ହସ୍ତ ରେ ପଦ୍ମ ଶୋଭା ପାଏ

ପୁସ୍ତକ ଦକ୍ଷିଣ ହସ୍ତେ ।


ଭରିଦିଅ ମା ଗୋ ମନ ରେ ମୋର

ସ୍ନେହ ପ୍ରେମ ଓ ଭକ୍ତି

ତୁମରି ଆଶିଷ ମଥା ପରେ ଥିଲେ

ଅଜ୍ଞାନତା ଯିବ କଟି ।।


ଖୋର୍ଦ୍ଧା

Post a Comment

0 Comments