ବୀଣାବାଦିନୀ ମା - ରଶ୍ମୀବାଳା ଶତପଥୀ

 


ବୀଣା ବାଦିନୀ  ଅଜ୍ଞାନ ହାରିଣୀ

ଜ୍ଞାନ ବାଣ୍ଟି ଥାଉ ମାଆ

ସବୁରି କଣ୍ଠରେ ତୁ ବିରାଜିତା

ସଭିଙ୍କର ତୁ ପୁଣି ରାହା।।


ବିଦ୍ୟାରୂପିଣୀ ତୁ ମାଆ

ବ୍ରହ୍ମରୂପିଣୀ ମାଆ

ସବୁରି କ୍ଷେତ୍ରରେ ତୁ ହିଁ ଭରସା

ସଭିଙ୍କର ତୁ ହିଁ ସାହା।।


ଶାରଦା ବରଦା ଭାଷାରୂପିଣୀ ମା

ବିଜେ କରୁ କଣ୍ଠେ କଣ୍ଠେ

ସୁର ଅଟୁ ତୁହି ତାଳ ଅଟୁ ତୁହି

ଲାସ୍ୟ କରୁ ଗୀତେ ଗୀତେ


ସଦନେ ସଦନେ ବିହାର କରୁ ତୁ

ବସନ୍ତର ଆଗମନରେ

ସଭିଙ୍କର ମନ ହୁଏ ପ୍ରଫୁଲ୍ଲିତ

ତୋହରି ବିଦ୍ୟା ପ୍ରଦାନେ।।


ମୋ ମନ ତୋହର ହୃଦୟ ତୋହର

ଆସିଣ ହେଉଛୁ ପ୍ରାଣେ

ଶୟନେ ସପନେ ତତେ ଦେଖେ

କରୁଥାଏ ତୋର ଜାଗରଣ।।


ଯାଜପୁର ଟାଉନ୍, ଯାଜପୁର

Post a Comment

0 Comments