ମାଘ ଶୁକ୍ଳ ଶ୍ରୀ ପଞ୍ଚମୀ
ବକୁଳର ମହମହ ବାସ୍ନା ଘେନି
ଶୁଭ୍ର ଶୁକ୍ଳ ସ୍ଵଛ ଵେଶଧରି
ଋତୁରାଜ ବସନ୍ତ ପରି ମାଆ ବୀଣାପାଣି
ତୁହି ପରା ବାକ୍ ଦେବୀ
ସମସ୍ତଙ୍କ ହୃଦକଣ୍ଠେ ବିରାଜିଛୁ
ତୋତେ ଭରସା କଲେ ମାଆ ମହାଲକ୍ଷ୍ମୀ
ଶିଖାଇଦେଲେ ଜଗାବଳିଆଙ୍କୁ
ଯୁଗେ ସମ୍ମାନ ଦେଲେ ନାରୀ ଜାତିକୁ
ଜୀବନର ସାରେଗାମାପା ର ସାତସ୍ବର
ତୋରି ବୀଣାର ଝଙ୍କାରରୁ ଝଙ୍କୃତ
ତୋର କୃପାରୁ ମୂର୍ଖ କାଳିଦାସ
ପ୍ରିୟା ପାଖକୁ ପେଶି ଦେଲେ
କଳା ମେଘ ଖଣ୍ଡକୁ କରି ଦୂତ
ବର୍ଣ୍ଣନା କଲେ ସାରା ସୁନ୍ଦର ଭାରତ
ତୋର ଦୟାରୁ ମାଆ ମୂର୍ଖ ହୁଏ ଜ୍ଞାନୀ
ସବୁ ରଙ୍ଗ ମିଶି ହୁଏ ଶୁଭ୍ର ରଙ୍ଗ
ଧୀଶକ୍ତି ବିଦ୍ୟାଵୁଦ୍ଧି ସବୁ ତୋର ଦାନ
ଆଜିଦିନରେ ବିଦ୍ୟାର୍ଥୀ ନେଇ ତୋର ନାମ
ନୂତନ ବସ୍ତ୍ରରେ ତୋତେ କରନ୍ତି ପୂଜନ
କଣ୍ଠେ ମାଆ ତୁ ଵିରାଜ ସମସ୍ତ ଜନର
ଆକ୍ରୋଶ ଦୁର୍ଵୁଦ୍ଧିକୁ ମୂଳପୋଛ କର
ଶାନ୍ତିରେ ରହନ୍ତୁ ପ୍ରାଣୀ ତୋତେ କରି ଧ୍ୟାନ
ତୋର ପାଦେ କରୁ କୋଟି କୋଟି ପ୍ରଣାମ
ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର




0 Comments