ନାଦ ରୂପିଣୀ ବିଶ୍ବ ଜନନୀ
ହାତରେ ବୀଣା ତୋର,
ଭାଷା ଭାରତୀ ତ୍ରିଗୁଣାବତୀ
ପାଦେ ତୋ ନମସ୍କାର....
କଣ୍ଠେ ବିରାଜି ବଚନ ତୁହି
ଲେଖନୀ ମୁନେ ଗୀତ,
ନାଟ୍ୟଶାଳା ରେ ନୂପୁର ତାଳେ
ତୁ ପରା ଆଦିମାତ....
କନକପୁରେ ଶାରୋଳ ଚଣ୍ଡି
ବିଖ୍ୟାତ ତୋର ନାମ,
ବାଣୀକ୍ଷେତ୍ର ସେ ଝଙ୍କଡ଼ ପୁଣି
ବାକ୍ୟଦେବୀଙ୍କ ଧାମ....
ପଞ୍ଚମ ବେଦ ରଚିତ ହେଲା
ମୁନି ଗୋସେଇଁ ମଠେ,
ଚଣ୍ଡି ପୁରାଣ କହେ ଶାରଳା
ତୋର ମହିମା କେତେ ।।




0 Comments