ଶାଶୁଘରେ ବୋହୂ ନୁହେଁ କ୍ରୀତଦାସ - କବି ରାମ ଚନ୍ଦ୍ର ମହାନ୍ତି

 



ଧନ୍ୟ ଉଚ୍ଚ ନ୍ୟାୟାଳୟ ଓଡ଼ିଶାର

ଧନ୍ୟ ତୁମେ ନ୍ୟାୟପାଳ

ରାୟଟି ତୁମର ଗୁରୁତ୍ୱପୂର୍ଣ୍ଣ ହେ

ବୋହୂ ପାଇଗଲେ ବଳ।।


ବଧୂ ନିର୍ଯ୍ୟାତନା ଯୌତୁକ ଯାତନା

କମିବ ଆମ ରାଇଜେ

ଝିଅ ପରି ବୋହୂ ସମ୍ମାନ ପାଇବେ

ରହିବେ ମଜା ମଉଜେ।।


ଯୌତୁକ ଜନିତ ହତ୍ୟା ବିଭୀଷିକା

ରାଜ୍ୟରୁ ହୋଇବ ଦୂର

ଶାଶୁ ଘର ଠାରେ ପାଇ ସେ ପାରିବ

ମାନବିକ ଅଧିକାର।।


ଧନ୍ୟ ଖଣ୍ଡପୀଠ ଜଷ୍ଟିସ ସଞ୍ଜୀବ

ଧନ୍ୟ ତୁମ୍ଭର ନିର୍ଦ୍ଦେଶ

କ୍ରୀତଦାସ ପରି ବୋହୂକୁ ଦେଖିଲେ

ଦଣ୍ଡିତ ହେବେ ଅବଶ୍ୟ।।


ଶାଶୁ ଘରେ ବୋହୂ ନୁହେଁ କ୍ରୀତଦାସ

ଅଟଇ ସେ ସୁଲକ୍ଷଣୀ

ପର ଝିଅ କେବେ ଘର ଭାଙ୍ଗେ ନାହିଁ

ସଭିଙ୍କୁ ନିଜର ମଣି।।


ଏଣୁ ସାବଧାନ ହୁଅ ସର୍ବ ଜନ

ବୋହୂଙ୍କୁ ନ ଭାବ ପର

ସ୍ନେହ ପ୍ରେମ ଶାନ୍ତି ବାଣ୍ଟି ଚାଲି ଥିଲେ

ସୁନ୍ଦର ଦିଶିବ ଘର।।


Post a Comment

0 Comments