ହୃଦୟ ଜିଣିବାର କଳା ଟିକିଏ ଯଦି ଜଣାଥାଆନ୍ତା
ତା' ହେଲେ କେତେ ଦିନରୁ ତୁମ ହୃଦୟ ଜିଣି ନେଇଥାଆନ୍ତି
ହଁ ମୁଁ ତ'ମୋ ହୃଦୟ ଭିତରେ କବର ଦେଇ ରଖିଛି
ମୋର ସମସ୍ତ ଇଛ୍ଛା ଆଉ ଆକାଂଖ୍ୟାକୁ
ନିଜକୁ ଅଭିଶପ୍ତ ଅହଲ୍ୟା ଭାବିନେଇଛି
କେବେ ତୁମର ସ୍ପର୍ଶ ଟିକେ ପାଇବି
ସେ ପ୍ରତୀକ୍ଷାରେ ମୁଁ ନିଶ୍ଚଳ ପ୍ରତିମାଟିଏ ପାଲଟିଯାଇଛି ।
ମୁଁ ଜାଣେ ମୋର କୌଣସି ଅଧିକାର ନାହିଁ
ତୁମ ଉପରେ
ତଥାପି କାହିଁକି ଖାଲି ତୁମରି ସ୍ୱପ୍ନ
ଓ ତୁମରି ବାସ୍ତବତାକୁ ଖୋଜେ ଏ ମନ
ସତରେ ନ'ହେଲେ ନାହିଁ ସ୍ୱପ୍ନରେ
ଥରେ ଆସି ନିଜର କରି ଦେଖ
ବାସ୍ ଆଉ କିଛି ଲୋଡା ନାହିଁ ମତେ
ସ୍ନେହ ଟିକକ ପାଇଁ ଭିକାରୁଣି ମୁଁ
ସେତକ ମିଳିଲେ ଆଜୀବନ ରହିବି
ତୁମ ପାଖେ ଚିର ଋଣି ମୁଁ ।।
ଭବାନୀପାଟଣା, କଳାହାଣ୍ଡି




0 Comments