ଡ଼ାକଇ ମାଆ ତୋତେ - ରୁଦ୍ର ନାରାୟଣ ଦାଶ

ପ୍ରଣିପାତ ଘେନ ମାଆ ବୀଣାପାଣି
ପାର କର ଆଜି ଅଜ୍ଞାନ ହ୍ରାଦିନୀ,
ବୁଡ଼ିଯାଏ ମୁହିଁ ତାହାର ଗର୍ଭରେ
ସଂସାର ଯେ ହସେ ମୋହରି ଉପରେ।।
ମୁହିଁ ଯେ ମୁରୁଖ ତୁହି ମୋର ସାହା
ପ୍ରତି ମୁହୂର୍ତ୍ତରେ ଡ଼ାକେ ତୋତେ ମାଆ,
ଜ୍ଞାନ ର ତରଣୀ ଉପରେ ବସାଇ
ପାର କରିଦିଅ ଅଜ୍ଞାନର ନଈ।।
କିଛି ମାଗୁନାହିଁ ମାଗୁଛି ମୁଁ ବୁଦ୍ଧି
ତୋ ଆଶିଷ ବଳେ ସର୍ବ କାର୍ଯ୍ଯ ସିଦ୍ଧି,
ପଶିଲି ଶରଣ ତୋ'ର ଚ଼ରଣରେ
ଜ୍ଞାନ ର ଦୀପକୁ ଜଳାଅ ହୃଦରେ।।
ମୁର୍ଖ କାଳିଦାସ ହୋଇଲେ ପଣ୍ଡିତ
ତୋ' ଆଶୀର୍ବାଦରୁ ସର୍ବ ବିଦ୍ଯା ପ୍ରାପ୍ତ,
ଡ଼ାକଇ ହୃଦରୁ ମା' ହଂସବାହିନୀ
ପାର କର ବାରେ ଭବ ତରଙ୍ଗିଣୀ।।


ଠିକଣା- ନୟାପଲ୍ଲୀ, ଭୁବନେଶ୍ବର

ମୋ- ୯୮୬୧୭୦୧୭୧୪

Post a Comment

0 Comments