ମାଆ ସରସ୍ୱତୀ - ଅନିଲ୍ କୁମାର



ପ୍ରଣାମ କରୁଛି ତୁମକୁ ମାଆଗୋ

ବିଦ୍ୟାଦାତ୍ରୀ ଅଟ ତୁମେ

ମୁଁ ମୁର୍ଖ ମାନବ କିଛି ନ ଜାଣଇ

ଲିପ୍ତ ରହେ ପାପ କର୍ମେ ।।


ତୁମ କୃପାବଳେ ମୁର୍ଖ କାଳିଦାସ

ହୋଇଲା ଏତେ ପଣ୍ଡିତ

ବିଦ୍ୟାକୁ ଜାଣିଲା ସତ୍ୟକୁ ଚିହ୍ନିଲା

ଅମର ସେଇ ଅତୀତ ।।


ଅଧର୍ମ,ଅନ୍ୟାୟେ ପଡି ଏ ମନୁଷ୍ୟ

କରୁଥାଏ କେତେ ପାପ

ମନୁଷ୍ୟର ଧର୍ମ ଭୁଲିଯାଏ ସେତ

କେତେରଙ୍ଗ କେତେ ରୂପ ।।


ମିଳୁ ତୁମ କୃପା ଧନ୍ୟ ହେଇଯାଉ

ଏଇ ମନୁଷ୍ୟ ଜନମ

ଭୁଲି ଭେଦଭାବ,ହିଂସା ଆଉ କ୍ରୋଧ

ବୁଝୁ ମନୁଷ୍ୟର ଧର୍ମ ।।


ଏତିକି ଗୁହାରି ତୁମକୁ ମାଆଗୋ

ସଦବୁଦ୍ଧି ଦିଅ ମତେ

ସମସ୍ତଙ୍କ ପ୍ରତି ଥିବ ସ୍ନେହ, ଶ୍ରଦ୍ଧା

ବଞ୍ଚିଥିବି ଦିନ ଯେତେ ।।



କୁମାରୀ, ବୌଦ୍ଧ

ମୋ- 8117008854

Post a Comment

0 Comments