ଶ୍ରୀପଞ୍ଚମୀ - କବୟିତ୍ରୀ ସୁଷମା ତ୍ରିପାଠୀ


ମାତା ସରସ୍ଵତୀ ମାତ ଜ୍ଞାନ ଦାତ୍ରୀ

ଭାଷାଜ୍ଞାନ ଅଧିଷ୍ଠାତ୍ରୀ,

ତୁହି ଭଗବତୀ ତୁହି ସ୍ନେହ ମୂର୍ତ୍ତି

ତୁହି ମାତା ଜଗଧାତ୍ରୀ ।


ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ରେ

ପର୍ବ ମା ପଡେ ତୋହର,

ଶିଶୁ ଠାରୁ ବୃଦ୍ଧ ସମସ୍ତ ଜନତା

ପାଳଥାନ୍ତି ଆନନ୍ଦର ।


ଏକ ମୁଖ ତୋର ଚାରିଗୋଟି ହାତ

ବୀଣା ପୁସ୍ତକ ତୁ ଧରୁ,

ହଂସ ବାହନରେ ଝୁଲି ଝୁଲି ଆସୁ

ଅନନ୍ତ ବ୍ଯୋମ ଭିତରୁ ।


ଜ୍ଞାନ ମାଳା ଧରି ଜ୍ଞାନ ଦେବା ପାଇଁ

ଧରାକୁ ଆସୁ ମା ହସି,

ଆବାଳବୃଦ୍ଧ ଙ୍କ ମନ ମୋହି ଥାଉ

ସମସ୍ତେ ପୂଜନ୍ତି ବସି ।


ଶୁକ୍ଳବସ୍ତ୍ର୍ର ପିନ୍ଧି ବାକ୍ଗଦେବୀ ରୂପରେ

ପୃଥିବୀରେ ପୂଜା କଲେ,

ମୁର୍ଖ କାଳିଦାସ ବାଲ୍ମିକୀ ବିଶେଷ

ତୋ ଦୟାରେ ଜ୍ଞାନୀ ହେଲେ ।।


ଖାଣ୍ଟି ଓଡିଆ ହୋଟେଲ ସାମ୍ନା

ଟାଟା ବେଞ୍ଜ ପରିସର

ବ୍ରହ୍ମପୁର, ଗଞ୍ଜାମ-୭୬୦୦୦୧

Post a Comment

0 Comments