ଆସ ବାଣୀ ବିଣାପାଣି
ସରସ୍ଵତୀ ବିଶ୍ବବାଣୀ
କବି ମାନଙ୍କର ତୁମେ ଅଟ ଜନନୀ
ତୁମ ପାଦେ ଲୟ ରଖି
ଆନନ୍ଦେ ହୋଇବି ସୁଖି
କାଳିଦାସଙ୍କର ପରି ହୋଇବି ପୁଣି
ତୁମ ନାମ କଣ୍ଠରେ ରଖି
କବିତା ଗଳପ ଗୀତ ବସିବି ଲେଖି ।
ପିଲାଦିନେ ବିଦ୍ୟାଳୟେ
ଶ୍ରୀଫଳ ଧରିଲି ମାୟେ
ତୁମ ନାମକୁ ମୋହର ହୃଦୟେ ବହି
ଭୁଲି ନାହିଁ ସେହି ଦିନ
କବି ହେବା ପାଇଁ ମନ
ଆଶିଷ ଦିଅ ଗୋ ମାତା ଆନନ୍ଦ ହୋଇ
ପାଦପଦ୍ମେ ରହୁ ମୋ ମନ
ସ୍ନେହ, ଶ୍ରଦ୍ଧା, ଭକ୍ତି ସହ ଦିଅ ଗୋ ଜ୍ଞାନ ।
ତୁମେ ବାଣୀ ଖିଲବାଣୀ
କାବ୍ୟ କଳା ଠାକୁରାଣୀ
ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କର ଅଟ ଘରଣୀ
ତୁମ ପୂଜାର୍ଚ୍ଚନା ପାଇଁ
ଶ୍ରୀପଞ୍ଚମୀ ଆସେ ଧାଇଁ
ଚାରିଆଡେ ଶୁଭେ ଖାଲି ରଙ୍ଗ ରୋଷଣୀ
ଆସ ମାତା ଆସ ଓହ୍ଲାଇ
ମର୍ତ୍ତ୍ୟ ମଣ୍ଡଳରେ ସବୁ ଛନ୍ତି ଅନାଇ ।
ନାମ ଧରି କାଳିଦାସ
ଲେଖିଲେ କାବ୍ୟ ବିଶେଷ
ବାଲମିକ ରାମାୟଣ କଲେ ରଚନା
କେତେ କେତେ ମହାଜ୍ଞାନୀ
କେତେ ଋଷି ତପସ୍ଵିନୀ
କରିଛନ୍ତି ତୁମ ଗୁଣ ଧର୍ମ ବର୍ଣ୍ଣନା
ମୁହିଁ ଅଟେ ଅଧମ ଛାର
ମାତା ତୁହି ବାରେ ମତେ ସୁଦୟା କର ।
ଶିଳ୍ପୀ ତୁମ ରୂପ ନେଇ
ପ୍ରତୀମା ଗଢୁଛି ସେହି
ଅବିକଳ ମାତା ତୋର ହଂସବାହିନୀ
ଶିକ୍ଷାର୍ଥୀ ଆନନ୍ଦ ହୋଇ
ସାଜସଜ୍ଜା କରେ ସେହି
ବିଦ୍ୟାଳୟ ଚାରିପାଖ କରି ମଣ୍ଡଣୀ
ଶୁକ୍ଳବସ୍ତ୍ର୍ରା ଆସ ଗୋ ମାତା
ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ପ୍ରିତା ।
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି -୭୬୧୦୧୫




0 Comments