ତୁହି ମା ନାମିତ ଅକ୍ଷରା ନାମରେ
ତୁହି ମା ଅକ୍ଷରଦାତ୍ରୀ
ତୁହି ମା ଶାରଦା ତୁହି ମା ଜ୍ଞାନଦା
ବୁଦ୍ଧି, ବିଦ୍ୟା ଅଧିଷ୍ଠାତ୍ରୀ ||
ତୋର ଆଶୀର୍ବାଦ, ତୋ କୃପା ରହିଲେ
ଅଜ୍ଞାନୀ ହୁଏ ପଣ୍ଡିତ
ଜଗତ ତାହାର ଯଶ କୀର୍ତ୍ତି ଗାଏ
ସେ ପୁଣି ହୁଏ ବିଖ୍ୟାତ ||
ତୁହି ଶ୍ୱେତପଦ୍ମା ତୁହି ମହଶ୍ୱେତା
ତୁହି ପୁଣି କାଦମ୍ବରୀ
ଅନ୍ଧ ଲେଖେ ବାକ୍ୟ ମୁକ ଗାଏ କାବ୍ୟ
ତୋର କୃପା ଥିଲେ ଭରି ||
ମାଆ ସରସ୍ବତୀ କରୁଛି ବିନତି
ଶୁଣିବୁ ମୋର ଗୁହାରୀ
ତୋର ଆଶୀର୍ବାଦେ ମୋତେ ତୁ ପୋତିଦେ
ମାଆ ମୋର ବର୍ଣ୍ଣେଶ୍ବରୀ ||
ତୁହି ମା ହଂସିନୀ ତୁହି ମା ମାଳିନୀ
ତୁହି ପୁଣି ଲୋ ବ୍ରହ୍ମାଣୀ
ତୋର ଛତ୍ରଛାୟା ତଳେ ଥିଲେ ମାଆ
ଜଗତକୁ ଯିବି ଜିଣି ||
ମୋ: 9583205804




0 Comments