ଦୂର ପାହାଡରେ
ଦପ୍ ଦପ୍ ଜଳୁଥିବା ନିଆଁକୁ
ହାତଠାରି ବାପାକୁ ଦେଖାଇ
ଜିଜ୍ଞାସା କରେଁ ମୋ ପିଲାବେଳେ
କ'ଣ ହେଉଛି ବୋଲି ?
ବାପା ପ୍ରତ୍ୟୁତ୍ତର ରେ କହନ୍ତି
ମାଙ୍କଡ଼ ର ବାହାଘର ଚାଳିଛି ବଣରେ
ମୁଁ ନିଜେ ବୁଝିନିଏଁ ନିଜକୁ
ଆହା ମାଙ୍କଡର ବାହାଘରେ
କେତେକ'ଣ ହୋଇଥିବ
ଆସିଥିବେ ବାହାଘରେ ତାଙ୍କ
ପ୍ରିୟ ବନ୍ଧୁ ପରିଜନ
ଖିଆପିଆ ବାଣରୋଷଣୀ
ଡିଜେ ବାଜା ସହ ନାଚୁଥିବେ
ସଭିଏଁ ଗୀତର ତାଳେ ତାଳେ
ମୁଁ କ'ଣ ଜାଣିପାରେ ଭଲେ
ସେ ଦପ୍ ଦପ୍ ଜଳୁଥିବା ନିଆଁ
ନୁହେଁ ମାଙ୍କଡ଼ର ବାହାଘର
ବରଂ ତାହା ଅଟେ ସର୍ବନାଶର ।
ବାଉଲସିଂହା ଭଟଲି ବରଗଡ




0 Comments