ଆସନ୍ତାକାଲି - ନିର୍ମଳ ନାୟକ



ଅନାଗତ  କାଲି ର ଅପେକ୍ଷାରେ..
ଆଞ୍ଜୁଳାଏ ଖୁସି ସାଉଁଟି..
ଭେଟି ଦେବି ପ୍ରିୟ ପରିଜନ ମଧ୍ୟରେ
ଅବ୍ୟକ୍ତ ଭାଷା ଦରୋଟି !!

ଭାବିଥିଲି  ଗଢିବି ସ୍ୱପ୍ନର ମନ୍ଦିର...
ପ୍ରାଣ ପ୍ରିୟ ଙ୍କ ପିତୁଳା...
ଷାଠିଏ ମହଣ ଘିଅ ନାହିଁ ମିଳିବାର..
ନାହିଁ  ରାଧିକା ନାଚିଲା !!

ଚାହିଁ ନଥିଲି  ତୁଳିତଳ୍ପ ସେଜରେ..
ଯାଦୁ ଭରି ନିଦ ର ପରସ..
ନା କେବେ ରାଜଭୋଗ ଆହାରେ
ରେସ୍ତୋରାଁର ଚକିତ ଦୃଶ୍ୟ !!

ଆସନ୍ତାକାଲି ପ୍ରତୀକ୍ଷାରେ ଆଶାୟୀ..
କ୍ଲାନ୍ତ  ଗ୍ରୀଷ୍ମ ଅପରାହ୍ନ ରେ..
ଋତୁରାଜ ର ସାମୟିକ ଆଶୁ ବିଦାୟୀ..
ଦୁଶ୍ଚିନ୍ତାର ସ୍ବେଦସିକ୍ତ ବଦନରେ !!

ଜୀର୍ଣ୍ଣ କ୍ୟାଲେଣ୍ଡର  ଜର୍ଜରିତ ପୃଷ୍ଠାରେ..
ଲିଖିତ ହିସାବ ନିକାସ ଚିଠା...
କେବେଠୁ କବାଡିଵାଲା ର  ଝୁଲାରେ..
ଆସନ୍ତାକାଲି  ମୃଦୁ  ଆହାଟ !!

କାଲିର ଅନୁସୋଚନା ଅଧୁନା ପାବଛ.
ଇନ୍ଦ୍ରଧନୁ ର ମୁରୁଜ ବୁଣେ...
ସୁନ୍ଦର କାଲି ର ଆଗତ ସମ୍ଭାବ୍ୟ ଗୁଚ୍ଛ
ଆଶ୍ୱାଦରେ ମନକୁ ଜିଣେ !!


151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
ମୋ: 8275533780


Post a Comment

0 Comments