ଝିଅ ନୁହେଁ ସେ ଝରଣା
ଦେଖା ହେଲା ଆଜି
ତାହାରି ସାଥେ.
ଚାଲି ରୁ ତାହାର ଫୁଲ ଝରୁଥିଲା
ହସରୁ ଝରୁଥିଲା ମୁକ୍ତା
ମନରେ ଖେଲୁଥିଲା ପ୍ରେମର ତରଙ୍ଗ.
ସତରେ ଝିଅ ନୁହେଁ ସେ ଝରଣ
କଳାମେଘୀ ଗଭାରୁ ଲାଗୁଥିଲା
ସେ ଗୋଟେ ପାରିଜାତ ପକ୍ଷୀ.
ଯାହାକୁ ଦେଖିବାକୁ ଆଖି
ସବୁବେଳେ ଖୋଜୁଥିଲା ବାହାନା
ଆଜି ଦେଖାହେଲା ତାହାରି ସାଥେ.
ବହୁ ଦିନର ବ୍ୟବଧାନରେ
ଦେଖା ହେଲା ଆଜି ମୃଗ ନୟନୀ
ଇଛା ହେଉଛି କହିବାକୁ ଆଜି ପ୍ରେମ କାହାଣୀ.
ସତରେ ଏମିତି ଲାଗୁଥିଲା ଆଜି
ଇନ୍ଦ୍ରଧନୁ ଠାରୁ ଚୋରି କରିଛି ସେ ରଙ୍ଗ
ଗୋଲାପ ଠାରୁ ଚୋରି କରିଛି ସେ ହସ.
ହେଲେ ନୀରବତା ଥିଲା ଆଜି
ତାହାର ପୁଲକିତ ମନ
ସତେକି ଚୋରି କରିନେଇଛି ତାକୁ ଶ୍ରାବଣ.
ହୃଦୟ ତୋ ଦେଇଛି
ଶ୍ରାବଣ କୁ କହିଛି
କହିବାକୁ ତାକୁ ପ୍ରେମର ବାର୍ତ୍ତା.
ରଙ୍ଗ ତାହାର ଚମ୍ପା କେତକି
ଆଉ ତାହାର ଗୋଲାପ କଢି
ସତେକି ସେ ନିଝୁମ ରାତିର ଶ୍ରାବଣୀ.
ଝିଅ ନୁହେଁ ସେ ଝରଣା
ଦେଖା ହେଲା ଆଜି
ତାହାରି ସାଥେ ।
ବାହାଲପୁର, ଗଞ୍ଜାମ
ଦୂରଭାଷ-୭୭୮୮୮୮୬୬୦୨




0 Comments