କ୍ଷଣିକ ପାଇଁ ଭୁଲି ପାରୁଥିଲେ ସିନା
ତମକୁ କହି ପାରନ୍ତି
ତମେ ମୋର ବେଶୀ ମନେପଡ
ମୋର ପ୍ରତି ଲକ୍ଷ୍ୟ ମୂଳରେ ତ ତମେମୟ
ଆକାଶରେ ଯେମିତି ଖୋନ୍ଦିହୋଇଯାଏ
କୋଟି କୋଟି ତାରା।
ତମେ ସବୁଦିନ ଦେବିଟିଏ ପରି ଦିଶୁଥାଅ।
ଅସୁଥାଅ ଜହ୍ନ ପାଲିଙ୍କି ରେ
ତମ ରସେ ରକ୍ତିମ ପାଦକୁ ଚାପି
ମୋ ଧୂସର ଛାତିରେ
ଚାଲୁଥାଅ ରାଜହଂସୀ ଚାଲି।
ମୋ ମନ ଅଗଣାର ହୃଦ ଡାଳରେ ତମେତ ସଦ୍ୟ ପ୍ରସ୍ଫୁଟିତ ରକ୍ତିମ ଗୋଲାପ ଟିଏ।
ତୁମକୁ ଆଉ ତୁମର ସେ ନୀଳ ଚକ୍ଷୁ
ମୋ ଆଶାର ଆକାଶ ତଳେ
ମୁଁ ତୁମକୁ ଦେଖୁଥାଏ ନିତି
ଏ ରକ୍ତ ମାଂସର ଶରୀର ଥିବା ଯାଏଁ କାଳ କାଳ।
ପ୍ରତିଷ୍ଠାତା ଓ ସମ୍ପାଦକ : ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର




0 Comments