ନାରୀ - ଅନିତା ବିଶ୍ଵାଳ


ନାରୀ ଆଦ୍ୟା ଶକ୍ତି ,ପ୍ରକୃତି ରୂପିଣି 

 କେବେ ଜନନୀ , ଭଗିନୀ ,ଜାୟା , କନ୍ୟା ରୂପେ  

 ନାରୀ ରୂପୀ ସୃଷ୍ଟି ଜଗତେ ଶ୍ରେଷ୍ଠ 

ନାରୀ ର ଭୂମିକା କେ ନେଇ ପାରେ ।


ନାରୀ ନୁହଁ ସେ ଜନ୍ମ ଧାତ୍ରୀ 

ଶିଶୁ କୁ କରି ଲାଳିତ ,ପାଳିତ 

ଛୋଟ ରୁ କରେ ସେ ବଡ଼ 

ସେଥିପାଇଁ ନାରୀର ସ୍ଥାନ ବଡ଼ ।


ସଂସାର ରୂପକ ରଥ ଚକ ଗଡେ  

ସୂଚାର ରୂପେ ତା ହାତେ 

ଦୁଃଖ ସୁଖ ସମଭାଗିଦାର ହୋଇ ସଂସାରରେ ବଞ୍ଚିରହେ ।


ମନ ତା ସମୁଦ୍ର ଗର୍ଭ 

ଯେତେ କଷ୍ଟ ଥିଲେ ଭୁଲି ବଢ଼ି ଚାଲେ  

ଜୀବନ ପଥ ଆଡ଼କୁ 

ସେଥିପାଇଁ ନାରୀ ହୁଏ ଶ୍ରେଷ୍ଠ ବିବେଚିତ ।



ସହର_ ରାଉରକେଲା

Post a Comment

0 Comments