ବିବାହ ବନ୍ଧନ - ଜୟଶ୍ରୀ ବେହେରା



ମଥାରେ ଦେଇ ଓଢଣୀ
ଶାଶୁ ଶ୍ୱଶୁର ଙ୍କ ଗହଣେ
ଚାଲୁଛି ମୁଁ ନଇଁ ନଇଁ
ଶୁଭେ ନାହିଁ କାହାରିକୁ
କାନ୍ଦେ ମୁଁ କଇଁ କଇଁ ।

ବାନ୍ଧି ହେଲି ବନ୍ଧନେ
ହୋମ ଅଗ୍ନି ରହିଲେ ସାକ୍ଷୀ
ହୋଇଲା ବିବାହ ସମାପମ
କରିଲ ବାପା ତମେ କନ୍ୟା ଦାନ ।

ଦଶ ଦୋଷ  ଦେବ କ୍ଷମା 
ହାତଧରି  କହୁଛି ସମୁଦି
ଅଲିଅଳି ମୋ ଝିଅ ଅଭିମାନି
ଧରିବନି ତାର କଥା ସମୁଦୁଣୀ ।

ହାତରୁ ଲିଭିନି ମେହେନ୍ଦି
ପାଦରୁ ଅଳତାର ଗାର
ସପନ ଦେଖୁଥିବା ଆଖି
ଦେଖିଲା ଅତ୍ୟାଚାର ।

କରଜରେ ବାପା ଆଜି ମୋର
କୋଉଠୁ ଆଣି ଦେବେ ଦଶ ହଜାର
ଭାର ଉଖୁଡା ହୋଇଛି  ଅଳ୍ପ
କାହାକୁ ଦେବି ବୋଲି କୁହନ୍ତି ଶାଶୁ
ଲାଗିଛି ଭାରି ଅପମାନ ।

ଭଲରେ ରହିବ ଭାବି
ବାହାଦେଲ ବଡଘରେ
ବଡଘରେ ବଡ଼ ଗୁମର କଥା
କେମିତି କହିବି ଲାଜ ଲାଗେ ।

ଶାଶୁ ମୋର କହିଲେ ହସି
ଜିନିଷ ପତ୍ର ସବୁ ତୋର
ଭୋଗ କରିବୁ ତୁ ଲୋ ବସି
କେଁ କଟର ସେ ଖଟ ଆଲେଣା
ବାପା ଙ୍କୁ କହି ନୂଆ ଜିନିଷ ମଗା ।

ଜଉତୁକ ଦେଇ କରିଲ କନ୍ୟା ଦାନ
ଭାବିଲ ଝିଅ ମୋର ଭଲରେ ରହିବ
କାନ୍ଦୁଛି ମୁଁ ବାପା କଇଁ କଇଁ
ଲମ୍ବା ଓଢ଼ଣା ମଥାରେ ଦେଇ ।।


ସାଲେପୁର, କଟକ

Post a Comment

0 Comments