ଆଚ୍ଛନ୍ନ ଆକାଶେ
ଚାହିଁ ମୁଁ ଦେଖିଲି
ରଙ୍ଗ ବେରଙ୍ଗର ହୋଲି,
ସଜ ଫୁଟା ହସେ ଆନ୍ଦୋଳିତ ମନ
ରଙ୍ଗ ମୁଁ ଖେଳିବି ବୋଲି।
ନୂତନ ପ୍ରକାରେ ପ୍ରଫୁଳିତ ହୁଏ
ମୋର ଏହି ତନୁ ମନ,
କର ଯୁଗଲକୁ ଏକତ୍ରିତ କରେ
ହୋଲି ର ଶୁଭେଚ୍ଛା ଘେନ।
ଆସିଛି ଆଜି ଏ ପବିତ୍ର ଦିବସ
ଲାଗିଛି ନୂଆ ମେଳା,
ଅବିର ସାଥିରେ ଗେଲ ହେବା ପାଇଁ
ଲାଗିଛି ଏଠାରେ ଭେଳା।
କୁଞ୍ଜବନେ ଆଜି ପ୍ରେମ ଅବିରରେ
ହୋଇଥିବେ ରଙ୍ଗ ବୋଳା,
ଶ୍ରୀରାଧା ମୋହନ ଯଶୋଦା ନନ୍ଦନ
କରିଥିବେ ଗୋପ ଲୀଳା।
ଜୀବନ ଆମର ଅଢେଇ ଦିନର
ଅଢେଇ ଦିନର ଖୁସି,
ରାଗ ଅଭିମାନ କା ସାଥେ ନ କରି
ରଙ୍ଗରେ ଭିଯିବା ମିଶି।
ଆପଣା ଏଠାରେ ସମସ୍ତେ ସଭିଙ୍କ
କେ ଜଣେ ନୁହଁଇ ପର,
ସୃଷ୍ଟି ଯେ ତାଙ୍କର ମହାନ ଅଟଇ
ଧନ୍ୟ ସେ ପରମେଶ୍ଵର।
ବ୍ଲକ- ବୋଡ଼େନ (ବୋଇରଗାଁ)
ଜିଲ୍ଲା- ନୂଆପଡ଼ା




0 Comments