ଗାନ୍ଧୀ ହେ ତୁମ ଦେଶରେ - ଶକୁନ୍ତଳା ପରିଡ଼ା





ଗାନ୍ଧୀ ହେ ତୁମ ଦେଶରେ
  ରାକ୍ଷସ ଗୁଡା ବୁଲୁଛନ୍ତି ଦେଖ
ମହାପୁରୁଷଙ୍କ ବେଶରେ
 ଗାନ୍ଧୀ ହେ ତୁମ ଦେଶରେ ।।୧।।

ସବୁଦିନ ଏଠି ଚାଲେ ଗଣ ଦୁଷ୍କର୍ମ
  କନ୍ଦେ ଆଜି ଏ ମାଟି ମାଆରେ
ଲକ୍ଷ୍ୟ ଲକ୍ଷ୍ୟ ଝିଅ ଆଜି ଟଳି ପଡନ୍ତି
  ଏ ରାକ୍ଷସଗୁଡ଼ାଙ୍କ ହାତରେ
ଗାନ୍ଧୀ ହେ ତୁମ ଦେଶରେ ।।୨।।

ଶାସନ ଚାଲିଛି ଶୋଷଣ ଚାଲିଛି
   ସରକାର ସାଜିଛି ବିଟ୍ରିଶ
ହାତରେ ନ ମାରି ଭାତରେ ମାରୁଛି
   କୃଷକର ଶରୀର ଝୁଲେ ଗଛରେ
ଗାନ୍ଧୀ ହେ ତୁମ ଦେଶରେ ।।୩।।

ସ୍ୱାଧୀନତା ପାଇଁ ଲଢ଼ୁଥିଲ ତୁମେ 
    ସଭିଙ୍କୁ କରି ଏକେରେ
ଏଠି ଦଳ ଦଳ ହେଇ ସଭିଏଁ ଲଢନ୍ତି
  କେତେ ଗରିବଙ୍କ ପେଟ ରୁହେ ଭୋକରେ
ଗାନ୍ଧୀ ହେ ତୁମ ଦେଶରେ ।।୪।।

କେତେ ଗରିବଙ୍କ ପିଲା ବେକାର ବୁଲନ୍ତି
   ଧାଇଁ ଧାଇଁ ଛିଣ୍ଡେ ଜୋତା
ଏଠି ଏ.ମେ.ପି, ଏ.ମେ.ଲ ଙ୍କ ପିଲା
   ସାଜେ ହାକିମ ଦାରରେ
ଗାନ୍ଧୀ ହେ ତୁମ ଦେଶରେ ।।୫।।

ନ୍ୟାୟ ମାଗିଲେ ତାରିଖ ମିଳେ
  ଜୀବିକା ମାଗିଲେ ଜୀବନ ଦବାକୁ ପଡ଼େ
ତମ ରାମ ରାଜ୍ୟର ସ୍ବପ୍ନ ଆଜି ସାଜିଛି
   ରାବଣର ଲଙ୍କା ପୁରିରେ
ଗାନ୍ଧୀ ହେ ତୁମ ଦେଶରେ ।।୬।।



ଗାରୋଇ(ଡାହାଣିଖିଆ)
ନାଉଗାଁ, ଜଗତସିଂହପୁର

Post a Comment

1 Comments

  1. Bahut sundar lekha heichhi
    Gandhi he tuma desha re 🙏💐

    ReplyDelete