ମହାମାୟୀ ମହାଶକ୍ତି ,
ମହିମାମଣ୍ଡିତା ମା ଦୁର୍ଗାସମ,
ମହିୟସୀ ନାରୀ ।
ଅନେକ ରୂପ ତା'ର ,
କିଏ କେବେ ହେବେ ନାହିଁ ସରି ।
କେବେ ସିଏ ସତ୍ୟନିଷ୍ଠ ଧର୍ମପରାୟଣା,
କେତେବେଳେ ସେ ଯୁଦ୍ଧେ ଅବତୀର୍ଣ୍ଣା,
କେତେବେଳେ ଅବା ଝରାଏ ସେ ,
ମମତାର ନିର୍ମଳ ଝରଣା ,
ସିଏ ତ ନାରୀ ।
ସେ ଏକ ପ୍ରେମ ମନ୍ଦାକିନୀ ,
ଲାସ୍ୟମୟୀ ହାସ୍ୟମୟୀ ଆଉ
କରୁଣାମୟୀ ।
କେବେ ସିଏ ସ୍ନେହେ ଟାଣିନିଏ
ତା' ହୃଦୟର ଗଭୀର ନିଡ଼କୁ ,
ଅଥବା କେବେ ହୃଦୟକୁ
ଖିନ୍ ଭିନ୍ କରି ଠେଲି ଦିଏ ,
ମୁନିଆ କଣ୍ଟା ବାଡ଼ ଉପରକୁ ।
ସେ ରହସ୍ୟମୟୀ ,
କେତେବେଳେ କେଉଁ ଲୀଳାରଚେ
ଜାଣି ହୁଏ ନାହିଁ ।
ସେ ଏକ ଜଟିଳ ବୀଜଗଣିତ ,
ଯେତେ କଷିଲେବି ଛିଣ୍ଡେ ନାହିଁ ।
ତାକୁ ବୁଝିବାକୁ ଚେଷ୍ଟାକଲେ ,
ସ°ପୂର୍ଣ୍ଣ ବୁଝି ହୁଏ ନାହିଁ ।
ତଥାପି ନାରୀକୁ କରନା ଅବମାନନା,
ସେ ନୁହେଁ ଏକ ରବର ଖେଳନା,
ସେ ଏକ କଳ୍ପନାତୀତ ,
ଏକ ଅସୀମ ଅନନ୍ୟା ।
ବାଲିଗୁଡ଼ା , କନ୍ଧମାଳ




0 Comments