ମାଆ ତୁ ମୋ ଜୀବନ - ଅନିତା ବିଶ୍ୱାଳ



"ମାଆ ବୋଲି ସେ ଗୋଟେ ଅକ୍ଷର 
ଦୁନିଆରେ ସବୁ ଠାରୁ ମହାନ 
ମାଆ ମୋ ଜୀବନ ମାଆ ମୋ ପ୍ରାଣ 
ମାଆ ବିନା ନାହିଁ ମୋର ଗତି 


ମାଆ ହାତ ଛାଡି ବଞ୍ଚି ପାରିବିନି 
ଏ ବିଶାଳ ସଂସାରର 
ମାଆ ତୁ ମାେ ସ୍ନେହ ମମତାର ଫୁଲ
ପରି ମହକୁ ଜୀବନେ ମୋର 

ମାଆ ଲୋ ତୁ ପରା ମୋ ଜୀବନ
ତତେ ନ ଦେଖିଲେ ଏମିତି ଲାଗେ ରେ 
ନାହିଁ ଦେହେ ମୋର ଜୀବନ 
ମାଆ ଲୋ ତୁ ମୋ ଜୀବନ 


ଛୋଟ ଟି ବେଳରୁ ନିଜ ହାତେ ମୋତେ ଖୁଆଇଲୁ 
ମୋ ହାତ ଧରି ଚାଲିବା ଶିଖେଇଲୁ
ମୋତେ ଟିକେ କିଛି ହେଲେ ତୋ ଆଖିରୁ   ଝରିଯାଉଥିଲା  ଲୁହ

ମୋ ମାଆ ମୋ ଜୀବନ
ମାଆ ମୋର ପ୍ରାଣ 
ମାଆ ଲୋ ତୋ ପାଦ ପଦ୍ମରେ ଅର୍ପଣ ମୁଁ କରେ କୋଟି ପ୍ରଣାମ 


ମାଆ ଲୋ ତୁ ମୋ ଜୀବନ 
ତୁ ମୋ ଆଲୋକ ର ପଥ 
ପୁଣି ଅନ୍ଧକାର ନଈ
ମାଆ ଲୋ ମୁଁ କେତେ ଭଲ ପାଏ ତତେ 
ମୁହଁରେ ନାହିଁ ମାେ ଭାଷା "।


ଅନିତା ବିଶ୍ଵାଳ 
ଜିଲ୍ଲା _ସୁନ୍ଦରଗଡ଼

Post a Comment

0 Comments