କବିତା - ବସନ୍ତ - କଳ୍ପନା ରାୟ




                     ‌ 
ହେ ବସନ୍ତ........
ତୁମେ ଗଲା ପରେ
ସବୁ ରଙ୍ଗ ମିଶି ହୁଏ ଶୁଭ୍ର
ମନ ହୁଏ ଶୁଷ୍କ ତରୁ ପରି ନିରନ୍ନ

ହେ ବସନ୍ତ.......…
ତୁମେ ଗଲା ପରେ
କାହିଁକି ସୂର୍ଯ୍ୟ ଦେବତା ହୁଅନ୍ତି କ୍ରୁଧ
ରସାଳ ଫଳରେ ବୃକ୍ଷ ହୁଏ କିନ୍ତୁ ପୂର୍ଣ୍ଣ

ହେ ବସନ୍ତ.........
ତୁମେ ଗଲା ପରେ
କାଳ ବୈଶାଖୀ କରିଥାଏ ଛିର୍ଣ୍ଣଵିଛିର୍ଣ୍ଣ
କେତେ ଯେ ଘର ହୋଇଯାଏ ଉଚ୍ଛନ୍ନ

ହେ ବସନ୍ତ...........
ତୁମେ ଗଲା ପରେ
ଆନନ୍ଦର ହୁଏତ ହୁଏ ଅବସାନ
ବାହାରକୁ ବାହାରିଲେ ଜୀବନ ଵିପନ୍ନ

ହେ ଵସନ୍ତ...........
ତୁମେ ଗଲା ପରେ
ବିଧୀର ନିଜକୁ ମତେ ହୀନ
ଵସନ୍ତଦୁତିକା ହୁଏ ହରିଦ୍ରାଵର୍ଣ୍ଣ

ହେ ବସନ୍ତ..........
ତୁମେ ଗଲା ପରେ, ଜାଣିଛ ???
ମଲ୍ଲୀ,ଜୁଇ,ହେନାର ଚାଲେ ପ୍ରତିଯୋଗିତା
କହୁକିନୀ ମନରେ ଆସନ୍ନ ନିରୁତା
ଶୁଷ୍କ ବୃକ୍ଷର ରସାଳ ହେଵା ମନସ୍କତା

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର


କଳ୍ପନା ରାୟ

Post a Comment

0 Comments