ମହାବାହୁ - ପୁଷ୍ପାଞ୍ଜଳି ପଣ୍ଡା




ମୋ ଦୁଃଖ ଦେଖିଲେ
ତୋ ହସ ଉକୁଟେ
ହାଣ୍ଡି ହାଣ୍ଡି ଭାତ ଖାଉ
କହିବାର ଥିଲା
ଲୋକହସା ହେବି
କଥା ଟା ଏଇଠିଥାଉ।।
ମହାବାହୁ
ତୁମେ ଦିଅ କଷ୍ଟ ଯେଉଁ
କାଟିବାପାଇଁ କି 
ସହିବା ପାଇଁ କି
କାହାକୁ କହିବି ଆଉ.
ତୁମ ମୋ ଭିତରେ ଥାଉ।।
ମହାବାହୁ
ଲାଜ ଲାଗେ ମତେ
କହିବାକୁ ତତେ
ଖରା ତରା ଦେଖେ ଘରେ
ସକାଳ ପହରୁ
ସଞ୍ଜ ଆରମ୍ଭରୁ
ରୋଗ ଶୋକ ଶ୍ୱାସ ଘେରେ
ମହାବାହୁ
ତୋ ନାମ ଧରି ଦିନ ଯାଉ।।
ବିଶ୍ୱାସ ନିଶ୍ୱାସ
ଆରମ୍ଭ ଓ ଶେଷ
ତୋହଠାରେ ଚିତ୍ତ ରହୁ
ଶୁଣିଛି ଏ କାନ
ଅମୃତ ସମାନ
ତୁମ  ଦୟାର ଆଶୀଷ
ଜାଣିତ ପାରୁନି
କର୍ମ ଅସହଣୀ
ତୁମେ ହିଁ ତ ମୋର ଆଶ
ମହାବାହୁ
ଜୀବ ଗଲାବେଳେ
ତୁମ ନାମ ନେଇ
ଆତ୍ମା ମୋର ମୁକ୍ତି ପାଉ।।


ପୁଷ୍ପାଞ୍ଜଳି ପଣ୍ଡା

Post a Comment

0 Comments