ଜୀବନ ର ମୂଲ୍ଯ ନାହିଁ ଭିନ୍ନାଭିନ୍ନ
ସଭିଏଁ ଅଟନ୍ତି ଏକ
ବୃଦ୍ଧରୁ ବାଳୁତ ସଭିଏଁ ସମାନ
ସଭିଙ୍କର ରଖ ଟେକ ।
ଜାତି ବର୍ଣ୍ଣ ଧର୍ମ ନୁହେଁ ଭିନ୍ନ ଭାଇ
ସଭିଏଁ ଆମରି ସଖା ,
ନାରୀ କି ପୁରୁଷ ନୁହନ୍ତି ଅଲଗା
ରକତ ସଭିଙ୍କ ଏକା ।
ସ୍ୱାର୍ଥ ତ୍ୟାଗକର ଆପଣାର ମଣ
ସଭିଙ୍କୁ ନିଜର କର
ସବୁରି ସନ୍ତାନ ଏକ ହି ମାତାର
ବାଲୁତେ ଆଦର ଭର ।
ସେବା ଯତ୍ନ ଯାହା ନିଜ ସନ୍ତାନରେ
ଦେଉଛ ମନ ଲଗାଇ
ପର ସନ୍ତାନରେ ସେହି ମନୋଭାବ
ଦିଅ ହେ ଫୁର୍ତ୍ତି ଯୋଗାଇ ।
କର୍ମ ଫଳ ଆମ ଆଜି ନ ପାଇଲେ
କାଲିକୁ ପାଇବା ନିଶ୍ଚେ
କପଟ ସ୍ଵଭାଵ ନ ରଖି ମନରେ
ଠକାନା କାହାକୁ ମିଛେ ।
ଜଗତ ଠାକୁର ଆମ ଜଗନ୍ନାଥ
ସବୁ ଧର୍ମ ପାଇଁ ଶ୍ରେଷ୍ଠ
ବରଷକେ ଥରେ ଦେଖା ଦେବା ପାଇଁ
ଛାଡ଼ନ୍ତି ନିଜର ମଠ ।
ସମଗ୍ର ବସୁଧା ଏକହିଁ କୁଟୁମ୍ବ
ସଭିଙ୍କୁ ସମାନ ଦେଖ
ଜୀବନୁ ଜଞ୍ଜାଳ ଦୂର କର ଭାଇ
ଜୀବନର ମୂଲ୍ୟ ରଖ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ
*ଜୟ ଜଗନ୍ନାଥ...........🙏🏻




0 Comments