ମା - ରିନା କୈବର୍ତ୍ତ









ଏ ଦୁନିଆଁ କଣ୍ଟା ହେଲେ
ତୁ ଫୁଲ ଠାରୁ କୋମଳ
 ଏ ଦୁନିଆ ରଣଭୂମି ହେଲେ
ତୁ ଦୁନିଆର ଶ୍ରେଷ୍ଠ ବୀର।
ଏ ଦୁନିଆଁ ବିଷ ହେଲେ
ତୁ ଅମୃତର ଧାର
ତୁ ନିଃଶ୍ୱାସ, ତୁ ବିଶ୍ୱାସ
ତୁହି ବନ୍ଧୁ ସଖା ସହୋଦର।
ତୁ ଆଦି, ତୁ ଇତି, ତୁ ଜପ, ତୁ ତପ
ତୁ ଭଗବାନଙ୍କର ଅପରୂପ।
ତୁ ନିଆଁ ଠାରୁ ବଳି ଉଜ୍ଜଳ
ଜହ୍ନ ଠାରୁ ଭାରି ଶୀତଳ
ମା' ତୁ କରୁଣାର ସାଗର
ତୁ ସଙ୍ଗୀତର ସାତ ସ୍ୱର।
   

Post a Comment

0 Comments